ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜଧାନୀ ଭୁବନେଶ୍ୱରରେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଅସ୍ଥାୟୀ କ୍ୱାରେନଟାଇନ୍ ସେଂଟର ଖୋଲିବାକୁ ସମସ୍ତ ମୁନସିପାଲ କମିଶନରଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୨୫ଟି ସ୍ଥାନକୁ କ୍ୱାରେନଟାଇନ କେନ୍ଦ୍ର ପାଇଁ ଚିହ୍ନଟ କରାଯାଇଛି । ରାଜଧାନୀର ବିଭିନ୍ନ ସ୍କୁଲ, ଯାତ୍ରୀ ନିବାସ, କମୁ୍ୟନିଟି ସେଂଟର, କଲ୍ୟାଣ ମଣ୍ଡପ, ବିଜେପି କଲେଜର ଆର୍ଟସ ବ୍ଲକ, ଏକାମ୍ର କଲେଜରେ କ୍ୱାରେନ୍ଟାଇନ୍ ସେଂଟର ଖୋଲିବାକୁ ଚିହ୍ନଟ କରାଯାଇଛି ।
ୱାର୍ଡ ଅଫିସରମାନେ କେନ୍ଦ୍ର ଗୁଡିକର ତଦାରଖ କରିବେ । ସେମାନଙ୍କୁ ‘ସ୍ୱଚ୍ଛ ସାଥୀ’ ସ୍ୱଚ୍ଛତାରେ ସହଯୋଗ କରିବେ । ଏସବୁ କେନ୍ଦ୍ରଗୁଡିକରେ ବିଦ୍ୟୁତ୍ ସଂଯୋଗ ସହ ଡିଜି ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏଥିସହିତ ଏସବୁ କେନ୍ଦ୍ରଗୁଡିକୁ ସ୍ୱଚ୍ଛ ଓ ପରିଷ୍କାର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଜୋନାଲ ଡେପୁଟୀ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
BREAKING NEWS
- Sub- Junior National Badminton Championship: ଚମକିଲେ ଓଡ଼ିଆ ଖେଳାଳୀ ତନଭି ପତ୍ରି…ହେଲେ ଡବଲ ଚାମ୍ପିୟନ
- East Coast Railway: ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦେଖି ପୂର୍ବତଟ ରେଳପଥର ଅତିରିକ୍ତ କୋଚ୍ ସଂଯୋଗ ସହ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ
- Hardik Arrives in Bbsr: ଭୁବନେଶ୍ୱରରେ ପହଞ୍ଚିଲେ ଅଲରାଉଣ୍ଡର ହାର୍ଦ୍ଦିକ
- Shashi Tharoor on Putin banquet:ପୁଟିନଙ୍କ ବିଶାଳ ରାଜକୀୟ ଭୋଜିରେ କ’ଣ ବିଶେଷ ଥିଲା? ଶଶି ଥରୁର କହିଲେ ଭିତିରି କଥା…
- ଆପଣଙ୍କ ଫୋନରେ ଲୋକେସନ ଦେଖିବାକୁ ଚାହୁଁଛନ୍ତି ସରକାର, କମ୍ପାନୀ କଲା ବିରୋଧ
- ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ମା’ତାରିଣୀଙ୍କ ପୀଠ ଗସ୍ତ; ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ ପ୍ରକଳ୍ପର କରିବେ ଶିଳାନ୍ୟାସ
- ଭାରତ ଆଣୁଛି ବିଶ୍ଵର ସ୍ମାର୍ଟ ଗନ୍? ପାକିସ୍ତାନ ଛାନିଆ
- Health Ministry: ଯୁବପିଢ଼ିଙ୍କ ମଧ୍ୟରେ ମାନସିକ ରୋଗ ବୃଦ୍ଧି ସମ୍ପର୍କରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
- IndiGo Crisis: ବିମାନ ଭଡା ସ୍ଥିର କଲେ ସରକାର; ବିଭିନ୍ନ ଦୂରତା ପାଇଁ ବିମାନ କମ୍ପାନୀଗୁଡ଼ିକ ନେବେ ଏତିକି ଟଙ୍କା…
- ଶୀତଦିନରେ କାହିଁକି ଅଧିକ ବିବାହ ହୁଏ? ଗବେଷଣାରୁ ଜାଣନ୍ତୁ ରହସ୍ୟ!
Comments are closed.