ନୂଆଦିଲ୍ଲୀ: ଭାରତୀୟ ନୌବାହିନୀରେ ମହିଳା ଅଧିକାରୀମାନେ ଏବେ ପାଇପାରିବେ ସ୍ଥାୟୀ କମିଶନର ସୁବିଧା । ପୁରୁଷ ଅଫିସରଙ୍କ ପରି ଏବେ ମହିଳା ନୌସେନା ଅଧିକାରୀମାନେ ମଧ୍ୟ ସମାନ ମର୍ଯ୍ୟାଦା ହାସଲ କରିପାରିବେ । ଏନେଇ ସୁପ୍ରିମକୋର୍ଟ ନୌବାହିନୀରେ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି ।
ନ୍ୟାୟାଧୀଶ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଭାରତୀୟ ୍ନୌସେନାରେ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ ନକରିବା ସେମାନଙ୍କ ପ୍ରତି ଏକ ପ୍ରକାର ଅନ୍ୟାୟ ହେବ ।
ଏନେଇ ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର ନୌସେନାରେ ମହିଳାମାନଙ୍କ ପ୍ରବେଶ କରିବାର କଟକଣାକୁ ପ୍ରତ୍ୟାହାର କରିନେବା ପରେ ଏବେ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନରେ କୌଣସି ଅସୁବିଧା ନାହିଁ ।
Comments are closed.