ଭୁବନେଶ୍ୱର: ଦିନକୁ ଜଣେ ବ୍ୟକ୍ତି ମୋବାଇଲକୁ ପ୍ରାୟ ୨୬୦୦ ଥର ଛୁଇଁଥାଏ । ୭୬ ଥର ବ୍ୟବହାର କରିଥାଏ । ଏପରିସ୍ଥଳେ ମୋବାଇଲରୁ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି । ତେଣୁ ବ୍ୟବହାର କରୁଥିବା ମୋବାଇଲ ଫୋନ୍କୁ ଦିନରେ ୪ ରୁ ୫ ଥର ସାବୁନା ପାଣିରେ ଧୋଇବାକୁ ପରାମର୍ଶ ଦେଇଛନ୍ତି କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
ବାହାରକୁ ଯାଉଥିଲେ ଏଠି ସେଠି ମୋବାଇଲ ଫୋପଡନ୍ତୁ ନାହିଁ । ନିଜ ବ୍ୟାଗରେ ମୋବାଇଲ ରଖନ୍ତୁ ବୋଲି ସେ କହିଛନ୍ତି । ଏଥିସହ ୧,୮୩,୧୧୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯ ବର୍ଷ ତଳକୁ କାହାର ମୃତ୍ୟୁ ହୋଇନାହିଁ ବୋଲି ସେ ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ, ମଲ୍ ବନ୍ଦ ରଖାଯାଇଛି କିନ୍ତୁ ଖାଇବା ଦୋକାନ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଓ ମେଡିସିନ ଦୋକାନ ଖୋଲା ରହିବ । ବୟସ୍କଙ୍କୁ ପିଡିଏସ୍ ବା ରାସନ ସାମଗ୍ରୀ ଘରେ ପହଂଚାଇ ଦିଆଯିବ ବୋଲି ଗୀତଗୋବିନ୍ଦ ସଦନରେ ମଙ୍ଗଳବାର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ କରୋନା ମୁକାବିଲା କମିଟିି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି।
BREAKING NEWS
- କେମିତି ଭାରତର ତେଲ ଖଣି ସାଜିଲା ୟୁଏଇ? ଏବେ ସବୁବେଳେ ମହଜୁଦ୍ ରହିବ ୩ କୋଟି ବ୍ୟାରେଲ୍ ତେଲ…
- ତରଭୁଜ ଖାଇ ଗୋଟିଏ ପରିବାର ୫ଜଣ ଅସୁସ୍ଥ, ଜଣେ ନାବାଳକର ଗଲା ଜୀବନ…
- ନକଲି ନୋଟ ଛାପିବା ରାକେଟର ପର୍ଦ୍ଦାଫାଶ, ଜଣେ ଗିରଫ, ୬.୫ ଲକ୍ଷ ନକଲି ଟଙ୍କା
- ଦ୍ୱିତୀୟ ଥର ବର ସାଜିବେ ହାର୍ଦ୍ଦିକ ପାଣ୍ଡ୍ୟା, ଏହି ଦିନ ବିବାହ…
- ଖଇର କାଠ ଚୋରା ଚାଲାଣ ବେଳେ ବନବିଭାଗର ଅତର୍କିତ ଚଢାଉ, ୧ ଟନରୁ ଅଧିକ ଜବତ
- ଓଡ଼ିଶାରେ ୫ଟି ଗ୍ରୀନ୍ ଏନର୍ଜି ସ୍କିଲ ସେଣ୍ଟର ପ୍ରତିଷ୍ଠା କଲା ଟାଟା
- ବେରୋଜଗାର ଯୁବକଙ୍କୁ ‘ଅସରାପ’ ସହ ତୁଳନା କଲେ ସିଜେଆଇ ସୂର୍ଯ୍ୟକାନ୍ତ, ତେଜିଲା ବିବାଦ
- ପୋଲିସକୁ ବଡ଼ ସଫଳତା: ହତ୍ୟା ଅଭିଯୋଗରେ ଲାଲୁ ଯାଦବ ଗିରଫ
- ଆଣ୍ଡାମାନ ଛୁଇଁବାକୁ ଯାଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ: ଏଣେ ଓଡ଼ିଶାରେ କାଳବୈଶାଖୀର ତାଣ୍ଡବ, ସତର୍କ କଲା ପାଣିପାଗ କେନ୍ଦ୍ର
- ତେଲ ଦର ବୃଦ୍ଦିରେ ଅସ୍ତବ୍ୟସ୍ତ ଅନ୍ ଲାଇନ୍ ଡେଲିଭରୀ କର୍ମଚାରୀ: ଦେଶବ୍ୟାପୀ ହରତାଳ, ପାରିଶ୍ରମିକ ବୃଦ୍ଧି ଦାବି
Comments are closed.