Latest Odisha News

BREAKING NEWS

କରୋନା ସତର୍କତା: ପୁରୀ ଚନ୍ଦ୍ରଭାଗା ବେଳାଭୂମିରେ ଜାରି ହେଲା ୧୪୪ ଧାରା

କୋଣାର୍କ: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନଗହଳି ରୋକିବା ଲାଗି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ଭାବେ କୋଣାର୍କ ବେଳାଭୂମିରେ ୧୪୪ ଧାରା ଜାରି କରାଯାଇଛି ।

କୋଣାର୍କର ଭାରପ୍ରାପ୍ତ ଅଧିକାରୀ ଏବଂ ଗୋପ ତହସିଲଦାରଙ୍କ ନେତୃତ୍ୱରେ ଏକ ଟିମ୍ କୋଣାର୍କ ବେଳାଭୂମିରେ ମଙ୍ଗଳବାର ଦିନ ପାଟ୍ରୋଲିଂ କରିବା ସହିତ ଜନସାଧାରଣଙ୍କୁ ବେଳାଭୂମିରୁ ଏକତ୍ରିତ ନହେବାକୁ ପରାମର୍ଶ ଦେଉଥିବା ଦେଖାଯାଇଛି ।

ପୂର୍ବରୁ ପୁରୀ ବେଳାଭୂମି ଛାଡ଼ିଦେବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

ବେଳାଭୂମିରେ ଥିବା ସମସ୍ତ ଉଠାଦୋକାନୀ ଗୁଡ଼ିକୁ ବେଳାଭୂମିରୁ କିଛିଦିନ ଲାଗି ଅନ୍ୟତ୍ର ଉଠାଇ ଦେବା ସହିତ ପର୍ଯ୍ୟଟକମାନଙ୍କୁ ହୋଟେଲରେ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏବେ ପୁରୀ ଶ୍ରୀକ୍ଷେତ୍ର ଏହି ମହାମାରୀ ସଂକ୍ରମଣ ଆତଙ୍କରେ ସମ୍ପୂର୍ଣ୍ଣ ଭାବେ ଖାଁ ଖାଁ ଲାଗୁଛି ।

Leave A Reply

Your email address will not be published.