ଭୁବନେଶ୍ୱର: ମାରାତ୍ମକ ଭୂତାଣୁ କରୋନା ପାଇଁ ଚଳିତ ବର୍ଷ ଓସଜା (ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ) ବାର୍ଷିକ ପୁରସ୍କାର କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାକୁ ପଡିଛି । ମାର୍ଚ୍ଚ ୨୧ ତାରିଖରେ ଏହି କାର୍ୟ୍ୟକ୍ରମ କଟକରେ ଅନୁଷ୍ଠିତ ହେବାର ଥିଲା ।
ବିଶ୍ବ ଚାମ୍ପିଅନସିପ୍ ସ୍ବର୍ଣ୍ଣ ପଦକ ବିଜେତା ପାରା ବ୍ୟାଡ୍ମିଣ୍ଟନ୍ ତାରକା ପ୍ରମୋଦ ଭଗତ ଓ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରାପ୍ତ ଦୌଡ଼କୁଦ ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟନ୍ତଙ୍କୁ ଯଥାକ୍ରମେ ୨୦୧୯ କ୍ୟାଲେଣ୍ଡର ବର୍ଷ ପାଇଁ ଶ୍ରେଷ୍ଠ କ୍ରୀଡ଼ାବିତ୍ ଓ କ୍ରୀଡ଼ାକ୍ଷେତ୍ରରେ ଜୀବନ ବ୍ୟାପି ସାଧନା ଲାଗି ‘ଲାଇଫ୍ ଟାଇମ୍ ଆଚିଭମେଣ୍ଟ୍’ ପୁରସ୍କାର ପ୍ରଦାନ ଲାଗି ମନୋନୀତ କରାଯାଇଥିଲା ।
ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ବ ହୃଦୟନାଥ ଦାସ ଓ ଶ୍ୟାମାକାନ୍ତ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଧିତ କରାଯିବାର କାର୍ୟ୍ୟକ୍ରମ ରହିଛି। ସାମ୍ପ୍ରତିକ ସ୍ଥିତିରେ ପରିବର୍ତ୍ତନ ଆସିଲେ ଏପ୍ରିଲ ୧୫ ତାରିଖ ପରେ ଏହାକୁ ପୁନଃ ଆୟୋଜନ କରାଯିବ ବୋଲି ଆୟୋଜନ ସମିତି ଅଧ୍ୟକ୍ଷ ସୁଶାନ୍ତ ମହାନ୍ତି ଓ ଓସଜା ସଭାପତି ସନ୍ଦୀପ ମିଶ୍ର ସୂଚନା ପ୍ରଦାନ କରିଛନ୍ତି ।
BREAKING NEWS
- କିମସରେ ସୂକ୍ଷ୍ମ ପ୍ରକ୍ରିୟାରେ ଗଣ୍ଠି ପ୍ରତିରୋପଣ ଓ CORI ରୋବୋଟିକ୍ ବ୍ୟବସ୍ଥା ଆରମ୍ଭ
- ପୁରୀରେ ଆୟୋଜିତ ହେବ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ
- ୧୧୪ ହଜିଥିବା ମୋବାଇଲ୍ ଉଦ୍ଧାର;ପୋଲିସ ପ୍ରଶାସନ ପକ୍ଷରୁ ପରାମର୍ଶ- ମୋବାଇଲ୍ ହଜିଲେ ତୁରନ୍ତ ପୋର୍ଟାଲରେ…
- ଜଳଭଣ୍ଡାରରେ ବୁଡ଼ି ମହାବିଦ୍ୟାଳୟର ଦୁଇ ଛାତ୍ରଙ୍କ ମୃତ୍ୟୁ…
- ରଶିଦ ଖାଁଙ୍କୁ ଅଫର ହୋଇଥିଲା ଏହି ଦେଶର ନାଗରିକତା
- ଇଟାଲୀର ଏକ ଗୁରୁଦ୍ୱାର ବାହାରେ ଦୁଇ ଭାରତୀୟଙ୍କୁ ଗୁଳି କରି ହତ୍ୟା; ଆକ୍ରମଣକାରୀ ଫେରାର
- ଯେଉଁଠି ଧର୍ଯ୍ୟ ଶେଷ, ସେଠି ଚାଲେ ପର୍ଶୁରାମଙ୍କ ଫାର୍ସା; ଦମଦାର ପୋଷ୍ଟର ଦେଖି ଫ୍ୟାନ୍ସ…
- ଦିଦିଙ୍କ ଗଡ଼ରେ ୧୦ ଟଙ୍କାରେ ଏଭଳି କାମ କଲେ ପ୍ରଧାନମନ୍ତ୍ରୀ ମୋଦି
- ୨.୮୦ କୋଟିର ଗଞ୍ଜେଇ ଜବତ;ଓଡ଼ିଶାରୁ ଉତ୍ତରାଖଣ୍ଡ ଆସୁଥିଲା…
- ବାଣ କାରଖାନାରେ ବିସ୍ଫୋରଣ; ୧୮ ମୃତ, ଅନେକ ଆହତ
Comments are closed.