ଭୁବନେଶ୍ୱର: ମାରାତ୍ମକ ଭୂତାଣୁ କରୋନା ପାଇଁ ଚଳିତ ବର୍ଷ ଓସଜା (ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ) ବାର୍ଷିକ ପୁରସ୍କାର କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାକୁ ପଡିଛି । ମାର୍ଚ୍ଚ ୨୧ ତାରିଖରେ ଏହି କାର୍ୟ୍ୟକ୍ରମ କଟକରେ ଅନୁଷ୍ଠିତ ହେବାର ଥିଲା ।
ବିଶ୍ବ ଚାମ୍ପିଅନସିପ୍ ସ୍ବର୍ଣ୍ଣ ପଦକ ବିଜେତା ପାରା ବ୍ୟାଡ୍ମିଣ୍ଟନ୍ ତାରକା ପ୍ରମୋଦ ଭଗତ ଓ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରାପ୍ତ ଦୌଡ଼କୁଦ ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟନ୍ତଙ୍କୁ ଯଥାକ୍ରମେ ୨୦୧୯ କ୍ୟାଲେଣ୍ଡର ବର୍ଷ ପାଇଁ ଶ୍ରେଷ୍ଠ କ୍ରୀଡ଼ାବିତ୍ ଓ କ୍ରୀଡ଼ାକ୍ଷେତ୍ରରେ ଜୀବନ ବ୍ୟାପି ସାଧନା ଲାଗି ‘ଲାଇଫ୍ ଟାଇମ୍ ଆଚିଭମେଣ୍ଟ୍’ ପୁରସ୍କାର ପ୍ରଦାନ ଲାଗି ମନୋନୀତ କରାଯାଇଥିଲା ।
ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ବ ହୃଦୟନାଥ ଦାସ ଓ ଶ୍ୟାମାକାନ୍ତ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଧିତ କରାଯିବାର କାର୍ୟ୍ୟକ୍ରମ ରହିଛି। ସାମ୍ପ୍ରତିକ ସ୍ଥିତିରେ ପରିବର୍ତ୍ତନ ଆସିଲେ ଏପ୍ରିଲ ୧୫ ତାରିଖ ପରେ ଏହାକୁ ପୁନଃ ଆୟୋଜନ କରାଯିବ ବୋଲି ଆୟୋଜନ ସମିତି ଅଧ୍ୟକ୍ଷ ସୁଶାନ୍ତ ମହାନ୍ତି ଓ ଓସଜା ସଭାପତି ସନ୍ଦୀପ ମିଶ୍ର ସୂଚନା ପ୍ରଦାନ କରିଛନ୍ତି ।
BREAKING NEWS
- ଅର୍ଶଦୀପଙ୍କ ନାମରେ ଯୋଡି ହୋଇଗଲା ଅଲୋଡା ରେକର୍ଡ
- ବିହାରରେ କାୟା ମେଲାଇଛି ଏଚଆଇଭି; ୪୦୦ରୁ ଉର୍ଦ୍ଧ୍ବ ପିଲା ସଂକ୍ରମିତ…
- ଗୋଆ ଅଗ୍ନିକାଣ୍ଡ: ନାଇଟ୍ କ୍ଲବ୍ ମାଲିକ ଲୁଥ୍ରା ବ୍ରଦର୍ସଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କଲେ ଦିଲ୍ଲୀ କୋର୍ଟ
- ଆମେରିକା କି ଚୀନ୍ ନୁହେଁ, ବରଂ ଏହି ଦେଶକୁ AIର ‘ଫ୍ୟୁଚର୍ ବାଦଶାହ’ କୁହାଯିବ.. ଜାଣନ୍ତୁ କାହିଁକି ଏପରି ଆକଳନ କରାଯାଇଛି?
- Indian Currency Cost: ଭାରତୀୟ ନୋଟ୍ ଛାପିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ..
- IADWS: ଏବେ ଦିଲ୍ଲୀକୁ ଜଗିବ ସ୍ୱଦେଶୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ
- ଟି୨୦ ବିଶ୍ୱକପ ୨୦୨୬ର ଟିକେଟ ବିକ୍ରି ଆରମ୍ଭ
- SIRର ଶେଷ ତାରିଖ ୧୪ ଦିନ ବୃଦ୍ଧି, ଜାଣନ୍ତୁ କେବେ ପର୍ଯ୍ୟନ୍ତ ଦାଖଲ ହୋଇପାରିବ ଫର୍ମ
- ଭାରତ ଓ ଚୀନ ଉପରେ ୫୦% ଟାରିଫ ଲଗାଇଲା ଏହି ଦେଶ
- Liquor Seized From medicine shop: ଔଷଧ ଦୋକାନରୁ ବାହାରିଲା ମଦ, ଦୋକାନୀ ଅଟକ
Comments are closed.