Latest Odisha News

BREAKING NEWS

ଦାମଙ୍କ ବୟାନ ଉପରେ ବିଜେପି ଦେଇଥିବା ବିବୃତି ସମ୍ପୂର୍ଣ୍ଣ ଅମୂଳକ: ବିଜେଡ଼ି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ପ୍ରବକ୍ତା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ ଦେଇଥିବା ବୟାନ ଉପରେ ସାମ୍ବାଦିକ ସମ୍ମିଳନୀ କରି ଯେଉଁ ବିବୃତି ଦେଇଛନ୍ତି, ତାହା ସଂପୂର୍ଣ୍ଣ ଅମୂଳକ ବୋଲି ଆଜି ସାଂସଦ ତଥା ବିଜୁ ଜନତା ଦଳ ମୁଖପାତ୍ର  ପ୍ରତାପ କେଶରୀ ଦେବ କହିଛନ୍ତି ।

ଶ୍ରୀ ଦେବ କହିଛନ୍ତି ଯେ ପ୍ରଥମତଃ ଏ ବିଷୟ ଓଡ଼ିଶା ବିଧାନସଭାରେ ଆଲୋଚନା ହେଉଛି ଏବଂ ସରକାର ଠିକଣା ସମୟରେ ଉଚିତ୍ ପଦକ୍ଷେପ ନେବେ । ସେଥିପାଇଁ ବିଜେପି ପ୍ରବକ୍ତାଙ୍କ ପରାମର୍ଶର ଆବଶ୍ୟକତା ନାହିଁ ।

ଦ୍ୱିତୀୟରେ ବିଜେଡି ସଭାପତି  ନବୀନ ପଟ୍ଟନାୟକ ଡା. ରାଉତଙ୍କ ବିରୋଧରେ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ଉପରେ ଭାରତୀୟ ଜନତା ପାର୍ଟି ପ୍ରବକ୍ତା ଯେଉଁ ଟିପ୍ପଣୀ ଦେଇଛନ୍ତି, ସେଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବିଜେପି ନିଜ ସଂଗଠନ ମଜଭୁତ କରିବା ଆପେକ୍ଷା ଅନ୍ୟ ଦଳମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାରରେ ନଜର ରଖି ରାଜନୈତିକ ଫାଇଦା ନେବା ପାଇଁ ଚେଷ୍ଟା କରୁଛି ।

ଏଥିରୁ ସ୍ପଷ୍ଟ ହେଉଛି ଯେ ତାଙ୍କ ଦଳର ସଭାପତି ଦେଇଥିବା ୧୨୦ ଉକ୍ତି ଏକ ନିର୍ବାଚନୀ ଜୁମଲା ଏବଂ ଏହା ବିଜେପିର ନିଜ ସାଂଗଠନିକ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯଦି ବିଜେପି ପ୍ରବକ୍ତା ଭାବୁଥାନ୍ତି, ବିଜେଡି ନେତା ଦୁର୍ବଳ ବା ଦଳର ସଂଗଠନ ଦୁର୍ବଳ, ତା’ହେଲେ ସେ ଦିବାସ୍ୱପ୍ନ ଦେଖୁଛନ୍ତି ବୋଲି ଶ୍ରୀ ଦେବ କହିଛନ୍ତି ।

Leave A Reply

Your email address will not be published.