Latest Odisha News

BREAKING NEWS

ଆସନ୍ତୁ ଜାଣିବା କେତେ ସମ।ନତା ରହିଛି ମୋଦିଙ୍କ ଜନତା କର୍ଫ୍ୟୁ ଓ ଶାସ୍ତ୍ରୀଙ୍କ ଉପବାସ ମଧ୍ୟରେ

ନୂଆଦିଲ୍ଲୀ:କରୋନା ଭାଇରସ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସହଯୋଗ ଲୋଡିଛନ୍ତି । ସେଥିପାଇଁ ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ପାଳନ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ଆସନ୍ତୁ ଜାଣିବା ମୋଦିଙ୍କ ପୂର୍ବରୁ କାହିଁକି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ କାହିଁକି ଦେଶବାସୀଙ୍କୁ ଗୋଟିଏ ଦିନ ଉପବାସ ରହିବାକୁ ଅନୁରୋଧ କରିଥିଲେ ।

ଆଜିକୁ ୫୦ ବର୍ଷ ତଳେ ଦେଶରେ ଧାନର ଅଭାବ ଦେଖା ଦେଇଥିଲା । ସେ ସମୟର ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ ଏହାର ମୁକାବିଲା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ । ଆମେରିକା ସାହାଯ୍ୟ ଆଳରେ ଭାରତ ନିକଟରେ କେତେକ ଅନାବଶ୍ୟକ ପ୍ରସ୍ତାବ ଦେଇଥିଲେ । ଯାହାକୁ ଶାସ୍ତ୍ରୀ ମାନିବାକୁ ରାଜି ନ ଥିଲେ । ଶେଷରେ ସେ ସପ୍ତାହକୁ ଗୋଟେ ଦିନ ନିଜ ପରିବାର ସହ ଉପବାସ କରିଥିଲେ । ଏହା ପରେ ଦେଶର ସ୍ୱାଭିମାନ ବଂଚାଇବା ପାଇଁ ଆପଣମାନେ ସପ୍ତାହରେ ଗୋଟିଏ ଦିନ ଉପବାସ ରହିବାକୁ ଶାସ୍ତ୍ରୀ ଅନୁରୋଧ କରିଥିଲେ । ଉପବାସ ରହିଲେ ଧାନର ଅଭାବ ନିୟନ୍ତ୍ରଣରେ ରହିବ ଏବଂ ପରବର୍ତୀ ଫସଲ ଆସିଲେ ସମସ୍ୟା ଦୂରିଭୂତ ହେବ । ଶାସ୍ତ୍ରୀଙ୍କ ଅନୁରୋଧର ପ୍ରଭାବ ମଧ୍ୟ ପଡିଥିଲା ଏବଂ ଅଧିକାଂଶ ଦେଶବାସୀ ଉପବାସ ରହିଥିଲେ ।

ମାର୍ଚ୍ଚ ୨୨ରେ ମଧ୍ୟ ଦେଶ ଏଭଳି ଭାବେ ଜନସାଧାରଣଙ୍କ ନିକଟରୁ ସହଯୋଗ ଆଶା କରୁଛି । ପରୋକ୍ଷରେ ଏହା ଆମର ଭଲ ପାଇଁ କରାଯାଉଛି ।

Leave A Reply

Your email address will not be published.