Latest Odisha News

BREAKING NEWS

ୟୁନିୟନ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିରର ପାଣ୍ଠି: ମନ୍ଦିର ପ୍ରଶାସନ

ପୁରୀ: ୟେସ ବ୍ୟାଙ୍କ ପକ୍ଷରୁ ଶ୍ରୀ ମନ୍ଦିରର ଏସବିଆଇ ଆକାଉଣ୍ଟକୁ ସୁଧ ସହିତ କର୍ପସ ପାଣ୍ଠି ଫେରସ୍ତ କରାଯିବାର ଗୋଟିଏ ଦିନ ପରେ ମନ୍ଦିରର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଶୁକ୍ରବାର ଦିନ କହିଛନ୍ତି ଯେ ମନ୍ଦିର ପାଣ୍ଠି ଏବଂ ମନ୍ଦିରର ମୂଳ ପାଣ୍ଠିକୁ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଆଇ) ରେ ରଖାଯିବ।

ଶ୍ରୀ ଜେନା କହିଛନ୍ତି ଯେ ଅଧିକ ସୁଧହାର ସହିତ ମନ୍ଦିର ପାଣ୍ଠିର ଜମାରାଶିକୁ ରଖିବା ଲାଗି ଟେଣ୍ଡର ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଜାତୀୟକରଣ ବ୍ୟାଙ୍କ ଯଥା ୟୁବିଆଇ, ଇଣ୍ଡିଆନ ବ୍ୟାଙ୍କ ଏବଂ କାନାଡା ବ୍ୟାଙ୍କକୁ ଆମନ୍ତ୍ରଣ କରାଯାଇଥିଲା । ପରେ ଅନ୍ୟ ଦୁଇଟି ବ୍ୟାଙ୍କ ମନ୍ଦିର ପାଣ୍ଠି ଟଙ୍କାର ବାର୍ଷିକ ୫.୭୫ ପ୍ରତିଶତ ସୁଧ ଦେବାକୁ ରାଜିହୋଇନଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ସୁଧ ଦେବାକୁ ରାଜି ହେବା ପରେ ପ୍ରଶାସନ ଅର୍ଥରାଶିକୁ ୟୁବିଆଇରେ ରଖିବାକୁ ନିଷ୍ପତ୍ତି ନେଇଛି। ମନ୍ଦିର ପାଣ୍ଠି ଏବଂ କର୍ପସ ପାଣ୍ଠିକୁ ୟୁବିଆଇରେ ତିନି ବର୍ଷ ପାଇଁ ଟର୍ମ ଫିକ୍ସଡ ଜମା ସହିତ ରଖାଯିବ ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ: ୟେସ ବ୍ୟାଙ୍କରୁ ଫେରିଲା ଶ୍ରୀ ଜଗନ୍ନାଥଙ୍କ ଟଙ୍କା

ଆହୁରି ମଧ୍ୟ ସେ କହିଛନ୍ତି ଯେ ବ୍ୟାଙ୍କରେ କେତେ ଟଙ୍କା ଜମା ରଖାଯିବ, ସେନେଇ ଏଯାବତ ନିଷ୍ପତ୍ତି ନିଆଯାଇ ନାହିଁ।

ଅପରପକ୍ଷରେ ମନ୍ଦିରର ଫାଉଣ୍ଡେସନ ପାଣ୍ଠି ୧୦୨ କୋଟି ଟଙ୍କା ପର୍ଯ୍ୟନ୍ତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ରେ ଜମା କରାଯିବ ବୋଲି ସେ କହିଛନ୍ତି ।

Comments are closed.