Latest Odisha News

କରୋନା ପଜିଟିଭ ରୋଗୀଙ୍କ ଉପରେ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକାଙ୍କ ସ୍ପଷ୍ଟୀକରଣ

ଭୁବନେଶ୍ୱର: ଦିନ ସାରା ଭୁବନେଶ୍ୱର ଏମ୍ସରେ କରୋନା ପଜିଟିଭ୍ ରୋଗୀଙ୍କ ଠାରୁ ସଂକ୍ରମଣ ନେଇ ବିଭିନ୍ନ ଚର୍ଚ୍ଚା ଓ ଖବର ପ୍ରକାଶ ପାଇଥିବା ବେଳେ ଅପରାହ୍ନରେ ଏମ୍ସ ନିର୍ଦ୍ଦେଶିକା ଗୀତାଂଜଳି ପଦ୍ମନାଭମ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି ।

ସୂଚନା ଅନୁଯାୟୀ, ୧୯ତାରିଖ ସକାଳେ ସଂପୃକ୍ତ ଯୁବକ ଜଣଙ୍କ ଡାକ୍ତରଖାନା ଆସିଥିଲେ । ତାଙ୍କଠାରେ କୋଭିଡ ୧୯ର କିଛି ଲକ୍ଷଣ ରହିଥିଲା । ଗୋଟିଏ ଦିନ ପୂର୍ବରୁ ସେ ବିଦେଶରୁ ଆସିଥିଲେ । ସରକାରଙ୍କ ନିୟମ ଅନୁସାରେ ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ଯଥାଶୀଘ୍ର ସଂଗରୋଧ ବ୍ୟବସ୍ଥାରେ ଅଲଗା କୋଠରୀରେ ରଖାଯାଇଥିଲା । ଏଥିସହ ପରୀକ୍ଷା ପାଇଁ ନମୁନା ପଠାଯାଇଥିଲା । ରାତିରେ ଏହା ପଜିଟିଭ ଥିବା ସ୍ପଷ୍ଟ ହୋଇଥିଲା । ତାଙ୍କ ସବୁ ସମ୍ପର୍କୀୟଙ୍କୁ ଚିହ୍ନଟ କରାଯାଇ ଅଲଗା ରଖାଯାଇଛି ।

ଶୁକ୍ରବାର ଦିନସାରା ଏମ୍ସ କର୍ତ୍ତୃପକ୍ଷ ନିୟମ ଭାଙ୍ଗିଥିବା ନେଇ ଖବର ପ୍ରକାଶ ପାଇଥିଲା । କର୍ତ୍ତୃପକ୍ଷ କରୋନା ପଜିଟିଭ୍ ରୋଗୀ ଜାଣିବା ପରେ ବି କିଛି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଥିଲା । ତେବେ ଡରିବାର କୌଣସି କାରଣ ନାହିଁ ବୋଲି ନିର୍ଦ୍ଦେଶିକା କହିଛନ୍ତି । ଏଭଳି ଖବର ଓ ଗୁଜବ ଯୋଗୁଁ ଭୁବନେଶ୍ୱର ଏମ୍ସର କେତେକ ଡାକ୍ତରଙ୍କୁ ତାଙ୍କ ଘର ମାଲିକମାନେ ଘରେ ପ୍ରବେଶ କରିବାକୁ ଦେଉନଥିବା ନଜରକୁ ଆସିଥିବାରୁ ଏପରି ନକରିବା ପାଇଁ ସେ ଅନୁରୋଧ କରିଛନ୍ତି ।

Comments are closed.