Latest Odisha News

BREAKING NEWS

କ୍ୱାରେନଟାଇନ୍ ପ୍ରୋଟୋକଲ ଭାଙ୍ଗିଲେ ଯୁବକ, ମାମଲା ରୁଜୁ

କଟକ: କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜି ଦେଶବ୍ୟାପୀ ଜନତା କର୍ଫ୍ୟୁ ପାଳିତ ହେଉଛି । ଜରୁରୀ ସେବାଗୁଡିକୁ ଛାଡି ସବୁକିଛି ବନ୍ଦ ରହିଛି । ବିଦେଶ ଫେରନ୍ତାଙ୍କୁ ୧୪ ଦିନ ପାଇଁ ହୋମ କ୍ୱାରେନ୍‌ଟାଇନ୍‌ରେ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ନିୟମକୁ ଉଲଂଘନ କରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । କମିଶନରେଟ ପୋଲିସ ପକ୍ଷରୁ ତାଙ୍କ ନାଁରେ ପୁରୀ ଘାଟ ଥାନାରେ ମାମଲା ରୁଜୁ ହୋଇଛି ।

ବ୍ୟକ୍ତି ଜଣଙ୍କ ନିକଟରେ ବିଦେଶରୁ ଫେରି ହୋମ କ୍ୱାରେନଟାଇନ୍‌ରେ ନରହି ସାଧାରଣ ଲୋକଙ୍କ ଭଳି ବାହାରେ ଚଲାବୁଲା କରୁଥିଲେ । ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ତାଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି । ଏନେଇ ଟ୍ୱିଟ୍ କରି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।
ବିଦେଶ ଫେରନ୍ତା ବ୍ୟକ୍ତି ହୋମ୍ କ୍ୱାରେନ୍‌ଟାଇନରେ ବା ଘରେ ଆଇସୋଲେସନରେ ରହିବାକୁ ବାଧ୍ୟ । ଯେଉଁମାନେ ଏହି ନିୟମ ଉଲଂଘନ କରିବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର ସୂଚନା ଦେଇଛନ୍ତି ।

Comments are closed.