ନୂଆଦିଲ୍ଲୀ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ପ୍ରାୟ ୧୯୨ ରାଷ୍ଟ୍ରକୁ ବ୍ୟାପୁଥିବା ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ଦେଶରେ ଲକଡାଉନ ଘୋଷଣା କରାଯାଇଛି । ହେଲେ କେବଳ ଲକଡାଉନ ଏହି ସଂକ୍ରମଣକୁ ରୋକିବା ଲାଗି ଯଥେଷ୍ଟ ନୁହେଁ ।
ଏନେଇ ବିବିସି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ)ର ମୁଖ୍ୟ ମାଇକ୍ ରିୟାନ । ତାଙ୍କ କହିବାନୁଯାୟୀ ଲକଡାଉନ ଦ୍ୱାରା ସାମାଜିକ ଦୂରତା ବଜାୟ ରଖାଯାଉଥିବା ବେଳେ ଏବେ ସମୟ ଆସିଛି କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା । ଏଥିସହିତ ସୋମନଙ୍କୁ ଏବଂ ସୋମନଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଆଇସୋଲେସନରେ ରଖାଯାଇପାରିଲେ କରୋନାଭାଇରସକୁ ବ୍ୟାପିବାରୁ କେତେକାଂଶରେ ରୋକାଯାଇପାରିବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଲକଡାଉନ ବ୍ୟବସ୍ଥା ଭଲ ଥିଲେ ମଧ୍ୟ ଏହାର ଗୋଟିଏ ଅସୁବିଧା ହେଉଛି, ଏହି ଲକଡାଉନ ସରିବା ବେଳେ ବହୁସଂଖ୍ୟାରେ ଲୋକମାନେ ଘରୁ ବାହାରକୁ ବାହରିବାର ଆଶଙ୍କା ରହିଛି । ଯାହା ଫଳରେ ବିପଦ ବଢିବାର ସମ୍ଭାବନା ରହିଛି ।
ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର, ଇଟାଲି, ଇରାନ ଓ ୟୁରୋପ ଭଳି ପାଖାପାଖି ୧୯୨ଟି ଦେଶକୁ ମଧ୍ୟ କୋରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।
Comments are closed.