Latest Odisha News

BREAKING NEWS

କରୋନା ଆତଙ୍କ: ୩ ହଜାର କଏଦୀଙ୍କୁ ଖଲାସ କରିବ ତିହାର ଜେଲ୍ !

ନୂଆଦିଲ୍ଲୀ: କରୋନା ମହାମାରୀ ଭୟରେ ୩ ହଜାର କଏଦୀଙ୍କୁ ଜେଲରୁ ଖଲାସ୍ କରିବ ଦିଲ୍ଲୀର ତିହାର ଜେଲ୍ । ଆଗାମୀ ୩ ରୁ ୪ ଦିନ ଭିତରେ କଏଦୀଙ୍କୁ ଖଲାସ କରିବାକୁ ଯୋଜନା କରିଛନ୍ତି ଜେଲ ଅଧିକାରୀ ।

ନ୍ୟୁଜ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ ଅସ୍ଥାୟୀ ରୂପେ ଜେଲରୁ ସର୍ବମୋଟ୍ ୩ ହଜାର କଏଦୀଙ୍କୁ ଖଲାସ୍ କରାଯିବ । ସେଥିମଧ୍ୟରୁ ୧୫ଶହ କଏଦୀ ପାରୋଲ୍‌ରେ ଓ ଅନ୍ୟ ୧୫ଶହ ବିଚରାଧୀନ କଏଦୀ ଇଣ୍ଟରିମ୍ ବେଲ୍‌ରେ ମୁକୁଳିବେ ।

ଭାରତରେ ଏ ପର୍ଯ୍ୟନ୍ତ ୫୩୬ ଜଣ କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇସାରିଛନ୍ତି । ତା ଛଡା ୧୦ଜଣଙ୍କର ମୃତ୍ୟୁ ଘଟଣା ଜେଲ ଅଧିକାରୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଜେଲରେ ଅତ୍ୟଧିକ କଏଦୀ ଥିବାରୁ କୋଭିଡ-୧୯ ସଂକ୍ରମଣ ଆଶଙ୍କାରେ ସେମାନଙ୍କୁ ଖଲାସ କରାଯିବ ।

ତେବେ ଏହି ପ୍ରକ୍ରିୟାରେ ହାର୍ଡକୋର କ୍ରିମିନାଲଙ୍କୁ ସାମିଲ କରାଯାଇନି । ଦକ୍ଷିଣ ଏସିଆର ଏହି ସର୍ବବୃହତ ଜେଲରେ ହିଁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଡିତ ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା ।

Leave A Reply

Your email address will not be published.