Latest Odisha News

BREAKING NEWS

‘ପାକ୍ ଅଧିକୃତ କାଶ୍ମୀର’ରେ ପଜିଟିଭ୍ କରୋନା ସଂକ୍ରମିତଙ୍କୁ ଠୁଳ କରୁଛି ପାକିସ୍ତାନ !

ଜୁରିଚ (ସ୍ୱିଜରଲ୍ୟାଣ୍ଡ): ମରଣାନ୍ତକ କରୋନା ଭୂତାଣୁକୁ ନେଇ ପାକିସ୍ତାନର କଳା କାରନାମା ଏବେ ଧରାପଡ଼ିଛି । ପାକ୍ ଅଧିକୃତ କାଶ୍ମୀରର ମୀରପୁରରେ ପଜିଟିଭ୍ କରୋନା ସଂକ୍ରମଣଙ୍କୁ ଦେଶର ବିଭିନ୍ନ ସ୍ଥାନରୁ ଆଣି ସେଠାରେ ସଂକ୍ରମିତ କରାଉଥିବାର ଅଭିଯୋଗ କରିଛନ୍ତି ଜଣେ କାଶ୍ମୀର ରାଜନୈତିକ କର୍ମୀ । ଏଏନଆଇ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ନାଜୀର ଅଜିଜ୍ ଖାନ ଯିଏକି ୟୁନାଇଟେଡ୍ କାଶ୍ମୀର ପିପୁଲ୍ସ ନ୍ୟାସନାଲ୍ ପାର୍ଟିର ମୁଖପାତ୍ର ଏଏନଆଇକୁ ଅଭିଯୋଗ କରି କହିଛନ୍ତି ଯେ, ଅନ୍ତର୍ଜାତୀୟ ପାଣ୍ଠିରୁ କିଛି ଅର୍ଥ ସାଉଣ୍ଟିବା ଲାଗି ପାକିସ୍ତାନ ସରକାର ଏବେ କରୋନା ଭୂତାଣୁକୁ ଦେଶରେ ସଂକ୍ରମଣ କରିବାରେ ଲାଗିଛି ।

ଏଏନଆଇକୁ ଏହି ମୁଖପାତ୍ର ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ସମଗ୍ର ବିଶ୍ୱରେ କରୋନା ଭୂତାଣୁ ସଂକ୍ରମିତ ହୋଇ ଚାଲିଥିବା ବେଳେ ଅଧିକାଂଶ ଦେଶ ଏହି ମହାମାରୀକୁ ରୋକିବାକୁ ପ୍ରଚେଷ୍ଟା କରି ଚାଲିଛନ୍ତି । ମାତ୍ର ପାକିସ୍ତାନ ସରକାର ଦେଶର ସିନ୍ଧୁ ପ୍ରଦେଶରୁ କରୋନା ସଂକ୍ରମିତଙ୍କୁ ଆଣି ପାକ ଅଧିକୃତ କାଶ୍ମୀରର ମୀରପୁର ସହରରେ ଥିବା ବିଭିନ୍ନ ହସ୍ପିଟାଲ ଏବଂ ସାଧାରଣସ୍ଥଳୀରେ ଛାଡ଼ି ସଂକ୍ରମଣକୁ ଜାଣିଶୁଣି ବୃଦ୍ଧି କରିବାରେ ଲାଗିଛି ।

ଏଠାରେ ସୂଚନାଯୋଗ୍ୟ, ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮୮୨ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି ।

ସୌଜନ୍ୟ: ଏଏନଆଇ ଟ୍ୱିଟର ଏବଂ ଏଏନଆଇ ୱେବସାଇଟ

Leave A Reply

Your email address will not be published.