Latest Odisha News

BREAKING NEWS

ଏସିଆ କପ କ୍ରିକେଟ: ଓଡ଼ିଆ କ୍ରିକେଟର ଅଂଶୁମାନ ରଥ ହଂକଂ ଦଳର ଅଧିନାୟକ

ଭୁବନେଶ୍ୱର: ଶନିବାରଠାରୁ ସଂଯୁକ୍ତ ଆରବ ରାଷ୍ଟ୍ର (ୟୁଏଇ)ରେ ଆରମ୍ଭ ହୋଇଛି ୬ଟି ଏସୀୟ ଦେଶମାନଙ୍କୁ ନେଇ ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏହି ଛଅଟି ଦେଶ ଗୁଡ଼ିକ ହେଲା ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ହଂକଂ ।

ତେବେ ସବୁଠାରୁ ଖୁସିର କଥା ହେଲା ଜଣେ ଓଡ଼ିଆ କ୍ରିକେଟର ମଧ୍ୟ ଏହି ଏସିଆ କପରେ ଖେଳୁଛନ୍ତି । ଓଡ଼ିଆ କ୍ରିକେଟର ଅଂଶୁମାନ ରଥ ହଂକ ଦଳକୁ ପ୍ରତିନିଧିତ୍ୱ କରୁଛନ୍ତି । ହଂକଂ କ୍ରିକେଟରେ ତାଙ୍କୁ ମହେନ୍ଦ୍ର ସିଂହ ଧୋନୀଙ୍କ ସହିତ ତୁଳନା କରାଯାଇଥାଏ । ଖୁବ୍ ଅଳ୍ପ ଦିନ କ୍ରିକେଟ ଖେଳି ମଧ୍ୟ ସେ ହଂକଂ କ୍ରିକେଟରେ ବେଶ୍ ପ୍ରସିଦ୍ଧି ଲାଭ କରିସାରିଲେଣି ।

କ୍ରିକେଟର ଅଂଶୁମାନ ରଥ ହଂକଂ ଜାତୀୟ କ୍ରିକେଟ ଦଳର କ୍ୟାପଟେନ । ସେ ୧୬ଟି ହଂକଂ ତରଫରୁ ୧୬ଟି ଆନ୍ତର୍ଜାତିକ ଦିନିକିଆ କ୍ରିକେଟ ମ୍ୟାଚ ଖେଳିଛନ୍ତି । ଜଣେ ଦକ୍ଷ ଓପନର୍ ଭାବେ ହଂକଂ ଦଳର ଓପନିଂ ବ୍ୟାଟିଂକୁ ସମ୍ଭାଳିଥାଆନ୍ତି । ସେ ମଧ୍ୟ କେବେ କେମିତି ୱିକେଟରକ୍ଷକ ଭାବେ ଦାୟିତ୍ୱ ସମ୍ଭାଳିବାର ଦେଖାଯାଇଥାଏ । ଦିନିକିଆରେ ତାଙ୍କର ସର୍ବାଧିକ ସ୍କୋର ହେଲା ଅପରାଜିତ ୧୪୩ ରନ୍ । ସେ ଦିନିକିଆରେ ଗୋଟିଏ ଶତକ ସହିତ ୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

 

ଅଂଶୁମାନଙ୍କ ଜନ୍ମ କିନ୍ତୁ ହଂକଂରେ । ମାତ୍ର ତାଙ୍କର ପିତାମାତା ଓଡ଼ିଶାର ମୂଳ ବାସିନ୍ଦା ।

୧୯୯୦ ମସିହାରେ ତାଙ୍କ ପିତାମାତା ହଂକଂରେ ରହି ଆସୁଛନ୍ତି । ସେମାନେ ଏବେ ହଂକଂ ଦେଶର ନାଗରିକତ୍ୱ ଗ୍ରହଣ କରିସାରିଛନ୍ତି ।

ତେବେ ପ୍ରତିବର୍ଷ ବିଭିନ୍ନ ସମୟରେ ଓଡ଼ିଶାକୁ ତାଙ୍କ ବନ୍ଧୁ କୁଟୁମ୍ବଙ୍କ ବିଭିନ୍ନ କାମକାର୍ଯ୍ୟରେ ଆସି ଯୋଗ ଦେଇଥାଆନ୍ତି ।

ତାଙ୍କୁ ଯେତେବେଳେ ମାତ୍ର ୬ ବର୍ଷ ସେବେଠୁ ଅଂଶୁମାନ କ୍ରିକେଟ ପ୍ରତି ଆକୃଷ୍ଟ ହୋଇ ପଡ଼ିଥିଲେ ।

ତାଙ୍କୁ ଏବେ ମାତ୍ର ୨୦ ବର୍ଷ । ସେ ପିଲାଟି ଦିନରୁ ସଚିନ ତେନ୍ଦୁଲକରଙ୍କ ବ୍ୟାଟିଂ ଦେଖି ଅଧିକ ଭଲ କ୍ରିକେଟ ଖେଳିବାକୁ ଚେଷ୍ଟା କରିଥିଲେ ।

କଠୋର ପରିଶ୍ରମ ତଥା ଦୃଢ ମନୋବଳ ଯୋଗୁଁ ଆଜି ଏହି ଓଡ଼ିଆ ଯୁବ ପ୍ରତିଭା ଗୋଟିଏ ଜାତୀୟ ଦଳର କପ୍ତାନ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ବୋଲି କହନ୍ତି ତାଙ୍କ ପରିବାରବର୍ଗ ।

Leave A Reply

Your email address will not be published.