Latest Odisha News

BREAKING NEWS

କ-ରୋ-ନା ର ପୁରା ଅର୍ଥ ବୁଝାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ମୋଦି ଭାରତବାସୀଙ୍କୁ କରୋନାର ପ୍ରକୃତ ଅର୍ଥ ବୁଝାଇଛନ୍ତି । ‘କ-ରୋ-ନା’ର ଅର୍ଥ ହେଉଛି ‘କୋଇ ରୋଡ ପର୍ ନା ନିକଲେ’ ଅର୍ଥାତ୍ ‘କେହି ରାସ୍ତାକୁ ବାହାରନ୍ତୁନି’ । ନିଜକୁ ଘର ଭିତରେ ସୁରକ୍ଷିତ ରଖନ୍ତୁ ଓ ଅନ୍ୟମାନଙ୍କୁ ମଧ୍ୟ ଭାଇରସରୁ ବଞ୍ଚାନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଅପିଲ କରିଛନ୍ତି ।

କରୋନାଭାଇରସକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ ଘୋଷଣା କରିଛନ୍ତି । ଆଜି ରାତି ୧୨ଟାରୁ ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ସାରା ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି । ଦେଶବାସୀଙ୍କୁ କରୋନା ଦାଉରୁ ବଞ୍ଚାଇବା ପାଇଁ ଏହି ପଦକ୍ଷେପ ନେଇଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଏହା ସହିତ ଘରୁ ନବହାରିବା ପାଇଁ ଦେଶବାସୀଙ୍କୁ ହାତ ଯୋଡି ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.