ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ମଙ୍ଗଳବାର ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଥିଲା ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ବୁଧବାର ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ୯୭ ବର୍ଷୀୟ ଭବାନୀ ଚରଣ ହୃଦରୋଗରେ ପୀଡିତ ଅଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଭବାନୀ ଚରଣ ଆଶୁ ଆରୋଗ୍ୟ କାମନା କରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସେ ଉଦଗେବ ପ୍ରକାଶ କରିଛନ୍ତି । ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣଙ୍କ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ଗଠନ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଚିକିତ୍ସା ବାବଦରେ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ନବୀନ କହିଛନ୍ତି ।
୧୯୨୨ ମସିହାରେ ପୁରୀ ଜିଲା ନିମାପଡ଼ାରେ ଜନ୍ମଗ୍ରହଣ କରିଥିଲେ ଭବାନୀ ଚରଣ ପଟ୍ଟନାୟକ । ସେ ଦେଶ ସ୍ବାଧୀନତାରେ ଅଂଶଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ବିଶେଷଭାବେ ସେ ଅନୁପ୍ରାଣିତ ହୋଇଥିଲେ। ୧୯୬୧, ୧୯୬୬ ଏବଂ ୧୯୭୮ରେ ତିନିଥର ସେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୮ ମସିହାରେ ଭାରତ ସରକାର ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପ୍ରଦାନ କରିଥିଲେ ।
BREAKING NEWS
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
Comments are closed.