ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ମଙ୍ଗଳବାର ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଥିଲା ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ବୁଧବାର ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ୯୭ ବର୍ଷୀୟ ଭବାନୀ ଚରଣ ହୃଦରୋଗରେ ପୀଡିତ ଅଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଭବାନୀ ଚରଣ ଆଶୁ ଆରୋଗ୍ୟ କାମନା କରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସେ ଉଦଗେବ ପ୍ରକାଶ କରିଛନ୍ତି । ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣଙ୍କ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ଗଠନ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଚିକିତ୍ସା ବାବଦରେ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ନବୀନ କହିଛନ୍ତି ।
୧୯୨୨ ମସିହାରେ ପୁରୀ ଜିଲା ନିମାପଡ଼ାରେ ଜନ୍ମଗ୍ରହଣ କରିଥିଲେ ଭବାନୀ ଚରଣ ପଟ୍ଟନାୟକ । ସେ ଦେଶ ସ୍ବାଧୀନତାରେ ଅଂଶଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ବିଶେଷଭାବେ ସେ ଅନୁପ୍ରାଣିତ ହୋଇଥିଲେ। ୧୯୬୧, ୧୯୬୬ ଏବଂ ୧୯୭୮ରେ ତିନିଥର ସେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୮ ମସିହାରେ ଭାରତ ସରକାର ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପ୍ରଦାନ କରିଥିଲେ ।
BREAKING NEWS
- ଦିଲ୍ଲୀରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ
- ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ ପାଇଁ ପ୍ରକଳ୍ପ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ
- ଆଠ ମାସରେ କ’ଣ ପରିବର୍ତ୍ତନ ଘଟିଲା ଯେ BJP ବାଙ୍କିପୁର ଆସନରୁ ପ୍ରଶାନ୍ତ କିଶୋରଙ୍କଠୁ ହାରିଲା? ୫ଟି ବଡ଼ କାରଣ
- କଟକରେ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦ୍ଘାଟିତ: ଯୁବପିଢ଼ିଙ୍କ ପାଇଁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି
- ସରକାରଙ୍କ ବଡ଼ ଘୋଷଣା;OUAT ଛାତ୍ରଛାତ୍ରୀଙ୍କୁ ମିଳିବ ମାସିକ ଆର୍ଥିକ ସହାୟତା
- ଜଳବନ୍ଦୀ ଅଞ୍ଚଳରେ ସାପ କାମୁଡ଼ା ଘଟଣା ବୃଦ୍ଧି;ଏଯାଏଁ ୯୬ ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଛି
- ହୀରାକୁଦର ଆଉ ୪ଟି ଗେଟ୍ ବନ୍ଦ, ବର୍ତ୍ତମାନ ୧୩ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
- ମହାକାଶରେ ବଢ଼ୁଛି ଆବର୍ଜନା: ପ୍ରତି ସପ୍ତାହରେ ପୃଥିବୀ ପୃଷ୍ଠରେ ଖସୁଛି ଏକ ଟନ୍ରୁ ଅଧିକ ମଳିନ ବସ୍ତୁ
- ଅଷ୍ଟ୍ରେଲିଆ କ୍ରିକେଟର ରେକର୍ଡ ଟେଷ୍ଟ ସିଜନ୍: ୧୨ ମାସରେ ଖେଳିବ ୨୦ ଟେଷ୍ଟ !
- ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ୧୧୦ କୋଟି ଟଙ୍କାର ରିଲିଫ୍ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Comments are closed.