Latest Odisha News

BREAKING NEWS

କରୋନାଭାଇରସ: ଘରେ ବସି କରନ୍ତୁ ଏହିସବୁ କାମ, ଦୂର ହେବ ଆର୍ଥିକ ସମସ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଲାଗି ଦେଶବ୍ୟାପୀ ଲକଡାଉନ୍ ଜାରି କରାଯାଇଛି । ଯାହାଫଳରେ ଅନେକ ସରକାରୀ ଓ ବେସରକାରୀ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ‘ୱାର୍କ ଫ୍ରମ ହୋମ’ ରହିବା ପାଇଁ କହିଛନ୍ତି ।

ଏହି ସମୟରେ ଘରେ ରହିବା ଦ୍ୱାରା କିଛି କିଛି ଲୋକଙ୍କର ଆର୍ଥିକ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି । ଯଦି ଆପଣଙ୍କର ବି ଏପରି ସମସ୍ୟା ରହୁଛି, ତାହେଲେ ଆପଣାନ୍ତୁ ଏହିସବୁ ଉପାୟ । ଫଳରେ ଘରେ ବସି ଆପଣ ମଧ୍ୟ ରୋଜଗାର କରିପାରିବେ ।

ବ୍ଲଗ୍ ଲେଖି ରୋଜଗାର କରିପାରିବେ- ଯଦି ଆପଣଙ୍କର ଲେଖାଲେଖିରେ ରୁଚି ରହିଛି, ତାହେଲେ ଆପଣ ଚାହିଁଲେ ବ୍ଲଗ୍ ଲେଖିପାରିବେ ଓ ସେଥିରୁ କିଛି ରୋଜଗାର ମଧ୍ୟ କରିପାରିବେ । ଯେକୌଣସି ନିର୍ଦ୍ଦିଷ୍ଟ ବିଷୟରେ ବ୍ଲଗ୍ ଲେଖି ଆପଣ ନିଜର ରିଡର ସଂଖ୍ୟା ବଢାଇପାରିବେ । ପରେ ସେଥିରେ ଆଡଭର୍ଟାଇଜମେଣ୍ଟ ଦେଇ କିଛି ଆୟ କରିପାରିବେ ।

ମ୍ୟାଗାଜିନ୍ ପାଇଁ ରାଇଟିଂ- ଯଦି ଆପଣ ଲେଖାଲେଖି କରି ଅର୍ଥ ରୋଜଗାର କରିବାକୁ ଚାହୁଁଛନ୍ତି, ତେବେ ମ୍ୟାଗାଜିନ, ୱେବସାଇଟ ଅବା ଖବରକାଗଜ ଲାଗି ପେଡ୍ ରାଇଟିଂ କରି ମଧ୍ୟ ଆୟ କରିପାରିବେ ।

ଇ-ଟ୍ୟୁସନ- ବର୍ତ୍ତମାନ ସମୟରେ ଦେଶବ୍ୟାପୀ ଲକଡାଉନ୍ ଜାରି ରହିବା ଯୋଗୁଁ ସ୍କୁଲ, କଲେଜ ଓ ଟ୍ୟୁସନ ଆଦି ବନ୍ଦ ରହିଛି । ଯାହାଫଳରେ ପିଲାମାନଙ୍କର ପାଠପଢାରେ ପ୍ରଭାବ ହେଉଛି । ଏହି ସମୟରେ ଆପଣ ଚାହିଁଲେ ଇ-ଟ୍ୟୁସନ ଜରିଆରେ ମଧ୍ୟ ଆୟ କରିପାରିବେ ।

Leave A Reply

Your email address will not be published.