Latest Odisha News

BREAKING NEWS

ଭୁବନେଶ୍ୱର ରୁଚିକା ମାର୍କେଟରୁ ଗୁଜୁରାଟୀ ଦମ୍ପତ୍ତିଙ୍କୁ ଉଦ୍ଧାର କଲା ବିଏମସି

ଭୁବନେଶ୍ୱର: ଓଡିଶା ବୁଲିବାକୁ ଆସିଥିବା ବେଳେ ଲକ୍ ଡାଉନ ଯୋଗୁଁ ରାଜଧାନୀରେ ଫଶି ରହିଥିବା ଗୁଜୁରାଟୀ ଦମ୍ପତ୍ତି ଙ୍କୁ ଭୁବନେଶ୍ୱରର ରୁଚିକା ମାର୍କେଟରୁ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଉଦ୍ଧାର କରିଛି ।

ସୁରଟର ଜିତେନ୍ଦ୍ର ବାଲାଜୀ, ତାଙ୍କ ପତ୍ନୀ ରଶ୍ମି ଓ ଝିଅ ନେଇ ଗତ ୧୪ ତାରିଖରେ ଟ୍ରେନ ଯୋଗେ ଭୁବନେଶ୍ୱର ଆସିଥିଲେ । ଏଠାରୁ ସେ ପୁରୀ ଓ ପାଖାପାଖି ଅଂଚଳ ବୁଲାବୁଲି କରିଥିଲେ । ଭୁବନେଶ୍ୱରରେ ସେମାନେ ବରମୁଣ୍ଡା ସ୍ଥିତ ଏକ ଲଜରେ ରହୁଥିବା ବେଳେ ୧୮ ତାରିଖରେ ଲକ୍ ଡାଉନ ଘୋଷଣା ହେବାରୁ ଲଜ ମାଲିକ ତାଙ୍କୁ ରୁମ୍ ଖାଲି କରିବାକୁ କହିଥିଲେ । ସେମାନେ ଫେରିବା ପାଇଁ ୨୨ ତାରିଖରେ ଟିକେଟ କରିଥିଲେ । ତେବେ ୧୮ ତାରିଖରୁ ୨୬ ତାରିଖ ଯାଏଁ ସେମାନେ ଜଣେ ଅଟୋ ଡ୍ରାଇଭରଙ୍କ ଘରେ ଆଶ୍ରୟ ନେଇଥିଲେ ।

ଏହା ବିଏମସି କର୍ତ୍ତୃପକ୍ଷ ଜାଣିବା ପରେ ଶୁକ୍ରବାର ସେମାନଙ୍କୁ ଉଦ୍ଧାର କରି ଏକ ହୋଟେଲରେ ରହିବାର ବ୍ୟବସ୍ଥା କରିଛନ୍ତି । ଏଭଳି ବିପଦ ସମୟରେ ସେମାନଙ୍କୁ ସାହାଯ୍ୟ କରିଥିବାରୁ ଏହି ଦମ୍ପତ୍ତି ବିଏମସିକୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.