ଭୁବନେଶ୍ୱର: ମହାମାରୀ କରୋନାର ପ୍ରକୋପ ଭିତରେ ଆଜି ଗଣଶିକ୍ଷା ବିଭାଗ ବଡ ନିଷ୍ପତି ନେଇଛି । ଚଳିତ ବର୍ଷ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍ କରାଯାଇଛି । କରୋନା ଯୋଗୁଁ ତାଲାବନ୍ଦ ନିଷ୍ପତି ଭିତରେ ଏସବୁ ଶ୍ରେଣୀରେ ଚଳିତ ବର୍ଷ ପରୀକ୍ଷା ହୋଇପାରିନଥିଲା । ତେଣୁ ସମସ୍ତ ଛାତ୍ରାଛାତ୍ରୀଙ୍କୁ ଅଲ୍ ପାସ୍ ଘୋଷଣା କରାଯାଇଛି । ତେବେ ନବମ ଶ୍ରେଣୀରେ ଆଉ ମାତ୍ର ଗୋଟିଏ ପରୀକ୍ଷା ବାକି ଅଛି । ସରକାରଙ୍କ ୨୧ ଦିନ ତାଲାବନ୍ଦ ନିଷ୍ପତି ପରେ ଭୂତାଣୁର ଭୟାବହତାକୁ ଦେଖି ପରବର୍ତୀ ନିଷ୍ପତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀ କହିଛନ୍ତି, ମାଟ୍ରିକ ଖାତା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ବୋର୍ଡ ସଭାପତି ପରୀକ୍ଷା ଖାତା ରଖାଯାଇଥିବା ସମସ୍ତ ୬୨ଟି କେନ୍ଦ୍ର ବୁଲି ଅନୁଧ୍ୟାନ କରିଛନ୍ତି । ସେହିପରି ଯୁକ୍ତ ଦୁଇ ଖାତା ମଧ୍ୟ ସୁରକ୍ଷିତ ଥିବା ପରିଷଦ ପକ୍ଷରୁ ତାଙ୍କୁ ଅବଗତ କରାଯାଇଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ପୋଲିସର କଡା ସୁରକ୍ଷା ବଳୟ ଭିତରେ ଏବଂ କେନ୍ଦ୍ରର ସୁପରିଟେଣ୍ଡେଂଟଙ୍କ ତତ୍ୱାବଧାନରେ ଖାତା ରହିଥିବା ଗଣଶିକ୍ଷା ବିଭାଗ କହିଛି ।
ଏହାରି ଭିତରେ ସବୁ ଜିଲ୍ଲାପାଳ ଆବଶ୍ୟକ ସ୍ଥଳେ ସ୍କୁଲ ଗୁଡିକୁ କ୍ୱାରେଂଟାଇନ୍ ସେଂଟର କରିପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି ।
BREAKING NEWS
- ତାମିଲନାଡୁ ରାଜନୀତିରେ ‘ରିସର୍ଟ ପଲିଟିକ୍ସ’: ସମସ୍ତ ୫ କଂଗ୍ରେସ ବିଧାୟକ ହାଇଦ୍ରାବାଦ ସ୍ଥାନାନ୍ତର
- କୋଭିଡ୍ଠାରୁ କେତେ ଭୟଙ୍କର ହାନ୍ତାଭାଇରସ୍? ଜାଣନ୍ତୁ କିଭଳି ବ୍ୟାପେ ଏହି ସଂକ୍ରମଣ ଓ କ’ଣ କହୁଛି WHO
- ବାଲିଅନ୍ତା ପରେ ବାଲିପାଟଣାରେ ହତ୍ୟା;ଅଭିଯୁକ୍ତ ଗିରଫ
- ଅନଲାଇନ ଟ୍ରେଡିଂରେ ରୋଜଗାର ଲୋଭ ଦେଖାଇ ଠକି ନେଲେ ୨୦ ଲକ୍ଷ ୫୦ ହଜାର
- ଏହା ଦେଶର ସବୁଠାରୁ ଦୀର୍ଘତମ ସଂଖ୍ୟାଲଘୁ ସରକାର ଥିଲା, ଯାହା ବହୁମତ ବିନା ୫ ବର୍ଷ ପୂରଣ କରିଥିଲା
- ବାଲିଅନ୍ତା ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ‘ଦୁଷ୍କର୍ମ ନୁହେଁ, ଫିଡ୍ସ ମାରିବାରୁ ଘଟିଥିଲା ଅଘଟଣ’, ସାଙ୍ଗ ଓମ୍ଙ୍କ ବଡ଼ ଖୁଲାସା
- ପୁରୀକୁ ଜଗିବେ ଏନଏସଜି କମାଣ୍ଡୋ ସହ ୨୨୦ ପ୍ଲାଟୁନ ଫୋର୍ସ, ଚଳାଚଳ କରିବ ୪୦୦ ଅଧିକ ଟ୍ରେନ୍
- Sharp Weapons Recovered:ଘରୁ ମିଳିଲା ୪,୦୦୦ ରୁ ଅଧିକ ଖଣ୍ଡା ଏବଂ ଧାରୁଆ ଅସ୍ତ୍ରଶସ୍ତ୍ର;ମୋଟ ମୂଲ୍ୟ ୪୩ ଲକ୍ଷରୁ ଅଧିକ
- ଏହି ଗାଁରେ କାୟା ମେଲାଉଛି କିଡନି ରୋଗ;ବର୍ଷକରେ ଗଲାଣି ୨୫ ଜଣଙ୍କ ଜୀବନ !
- ଓଡ଼ିଶା ପରେ ଏବେ ପଶ୍ଚିମବଙ୍ଗ: ମୋହନ ମାଝୀଙ୍କ ପରେ ଆଉ ଜଣେ ‘ଗୁରୁଜୀ’ ହେବେ ମନ୍ତ୍ରୀ
Comments are closed.