ଭୁବନେଶ୍ୱର: ମହାମାରୀ କରୋନାର ପ୍ରକୋପ ଭିତରେ ଆଜି ଗଣଶିକ୍ଷା ବିଭାଗ ବଡ ନିଷ୍ପତି ନେଇଛି । ଚଳିତ ବର୍ଷ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍ କରାଯାଇଛି । କରୋନା ଯୋଗୁଁ ତାଲାବନ୍ଦ ନିଷ୍ପତି ଭିତରେ ଏସବୁ ଶ୍ରେଣୀରେ ଚଳିତ ବର୍ଷ ପରୀକ୍ଷା ହୋଇପାରିନଥିଲା । ତେଣୁ ସମସ୍ତ ଛାତ୍ରାଛାତ୍ରୀଙ୍କୁ ଅଲ୍ ପାସ୍ ଘୋଷଣା କରାଯାଇଛି । ତେବେ ନବମ ଶ୍ରେଣୀରେ ଆଉ ମାତ୍ର ଗୋଟିଏ ପରୀକ୍ଷା ବାକି ଅଛି । ସରକାରଙ୍କ ୨୧ ଦିନ ତାଲାବନ୍ଦ ନିଷ୍ପତି ପରେ ଭୂତାଣୁର ଭୟାବହତାକୁ ଦେଖି ପରବର୍ତୀ ନିଷ୍ପତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀ କହିଛନ୍ତି, ମାଟ୍ରିକ ଖାତା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ବୋର୍ଡ ସଭାପତି ପରୀକ୍ଷା ଖାତା ରଖାଯାଇଥିବା ସମସ୍ତ ୬୨ଟି କେନ୍ଦ୍ର ବୁଲି ଅନୁଧ୍ୟାନ କରିଛନ୍ତି । ସେହିପରି ଯୁକ୍ତ ଦୁଇ ଖାତା ମଧ୍ୟ ସୁରକ୍ଷିତ ଥିବା ପରିଷଦ ପକ୍ଷରୁ ତାଙ୍କୁ ଅବଗତ କରାଯାଇଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ପୋଲିସର କଡା ସୁରକ୍ଷା ବଳୟ ଭିତରେ ଏବଂ କେନ୍ଦ୍ରର ସୁପରିଟେଣ୍ଡେଂଟଙ୍କ ତତ୍ୱାବଧାନରେ ଖାତା ରହିଥିବା ଗଣଶିକ୍ଷା ବିଭାଗ କହିଛି ।
ଏହାରି ଭିତରେ ସବୁ ଜିଲ୍ଲାପାଳ ଆବଶ୍ୟକ ସ୍ଥଳେ ସ୍କୁଲ ଗୁଡିକୁ କ୍ୱାରେଂଟାଇନ୍ ସେଂଟର କରିପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି ।
BREAKING NEWS
- ଏସଟିଏଫ ହାତରେ ୫୦୦ ଟଙ୍କିଆ ଜାଲ୍ ନୋଟ୍ ଜବତ, ୨ ଅଭିଯୁକ୍ତ ଗିରଫ
- ଆଇପିଏଲ: ଧୋନୀ, ରୋହିତ ଅଧିନାୟକରୁ ହଟିବା ପରେ ପ୍ରବଳ କ୍ଷତି ସହୁଛନ୍ତି ଚେନ୍ନାଇ, ମୁମ୍ବାଇ
- କ’ଣ ରହିଛି ଟ୍ରମ୍ପଙ୍କ ପ୍ଲାନ୍…କାହିଁକି ଚୀନକୁ ଛାଡି ଅନ୍ୟ ଦେଶରେ ଲାଗୁ କଲେ ୯୦ ଦିନର ଟାରିଫ୍ ବିରତି?
- ସାବଧାନ! ଆଧାରକାର୍ଡ ମାଧ୍ୟମରେ ହୋଇପାରେ ଆପଣଙ୍କ ଆକାଉଣ୍ଟ ଖାଲି, ଏପରି କରୁନ୍ତୁ ଲକ୍…
- ୨୦୨୮ ଅଲିମ୍ପିକ୍ସ: କ୍ରିକେଟରେ ଅଂଶଗ୍ରହଣ କରିବେ ୬ଟି ଟିମ
- ନବୀନଙ୍କୁ କଡା ଜବାବ ଦେଲେ ପ୍ରଭାତ: କହିଲେ, ‘ମହା ମିଛ, ୱାକ୍ଫ ପ୍ରସଙ୍ଗ ଘୋଡ଼ାଇବାକୁ ଟାର୍ଗେଟ’
- ଏ କି କଥା! ଭୂତ ସାଜିଛି କଲେଜ୍ ଅଧ୍ୟକ୍ଷ, ସରକାରଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ
- ‘ଦେଶକୁ ବିକିଦେଇ ଚାଲିଯିବେ ମୋଦି’
- କମ୍ ବଜେଟରେ ୨ଟି ଦମଦାର ଫୋନ ଲଞ୍ଚ କଲା ରିଅଲମି, ଜାଣନ୍ତୁ କେତେ ରହିଛି ଦାମ୍
- ଆହୁରି ଦୁଇ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା
Comments are closed.