Latest Odisha News

BREAKING NEWS

କୋଭିଡ୍‌-୧୯: ଭୁବନେଶ୍ୱରରେ ଜବତ ହେଲା ବିପୁଳ ପରିମାଣର ନକଲି ସାନିଟାଇଜର୍

ଭୁବନେଶ୍ୱର: ରାଜଧାନୀର ଝାରପଡ଼ା ଅଞ୍ଚଳରୁ ଡ୍ରଗ୍ କଣ୍ଟ୍ରୋଲ୍ ଅଧିକାରୀମାନେ ସୋମବାର ଦିନ ବିପୁଳ ପରିମାଣର ନକଲି ସାନିଟାଇଜର୍ ଜବତ କରିଛନ୍ତି ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ବିନା ଲାଇସେନ୍ସରେ ନକଲି ହ୍ୟାଣ୍ଡୱାସ ତିଆରି କରାଯାଉଥିଲା ।

ଏହି ର‌୍ୟାକେଟରେ ସଂପୃକ୍ତ ଥିବା ୨ଜଣ ବ୍ୟକ୍ତିଙ୍କୁ ପୋଲିସ ଥାନାରେ ଅଟକ ରଖିଛି ।

ପ୍ରାୟ ୨ ଲକ୍ଷ ଟଙ୍କା ପରିମାଣର ନକଲି ସାନିଟାଇଜର, ରାସାୟନିକ ରଙ୍ଗ, ଏବଂ ଅନେକ ରାସାୟନିକ ପଦାର୍ଥ ଏହି ନକଲି କାରଖାନାରୁ ପୋଲିସ ଦ୍ୱାରା ଜବତ ହୋଇଛି ।

ଏବେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ବଜାରରେ ମାସ୍କ ଏବଂ ସାନିଟାଇଜରର ଘୋର ଅଭାବ ପରିଲକ୍ଷିତ ହେଉଥିବା ଯୋଗୁଁ ଏବେ ଅସାଧୁ ବ୍ୟକ୍ତିମାନେ ନକଲି ସାନିଟାଇଜର୍ ତିଆରି କରି ବିକ୍ରି ଲାଗି ସକ୍ରିୟ ହୋଇ ଉଠିଛନ୍ତି ।

Leave A Reply

Your email address will not be published.