Latest Odisha News

BREAKING NEWS

କରୋନା ବିରୁଦ୍ଧରେ ଲଢ଼େଇ: ସୁସ୍ଥ ହୋଇ ଘରକୁ ଫେରିଲେ ଦେଶର ସବୁଠାରୁ ବୃଦ୍ଧ ଦମ୍ପତି

ଥିରୁବନନ୍ତପୁରମ: ଦେଶରେ କରୋନାଭାଇରସର ପ୍ରକୋପ ଜାରୀ ରହିଛି । ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଏହି ମହାମାରୀ ଦ୍ୱାରା ଦେଶରେ ଏପର୍ଯ୍ୟନ୍ତ ୧୨୫୧ଜଣ ସଂକ୍ରମିତ ଅଛନ୍ତି ଏବଂ ୩୨ଜଣଙ୍କ ଜୀବନ ଯାଇଛି । ୧୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିରେ ସାମିଲ ହୋଇଛନ୍ତି କେରଳର ବୃଦ୍ଧ ଦମ୍ପତି ।

୯୩ ବର୍ଷୀୟ ଥମାସ ଓ ତାଙ୍କ ୮୮ ବର୍ଷର ପତ୍ନୀ ମରିୟମ୍ମା କରୋନା ସଂକ୍ରମିତ ଥିଲେ । କୋଟ୍ଟୟମର ମେଡିକାଲ କଲେଜରେ ୩ ସପ୍ତାହ ପର୍ଯ୍ୟନ୍ତ ଉଭୟ ଚିକିତ୍ସିତ ହେଲେ । ଏବେ ଉଭୟ ପତି ପତ୍ନୀ ସଂକ୍ରମଣ ମୁକ୍ତ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଥମ।।ସ ଓ ମରିୟମ୍ମା ଏହି ଭାଇରସ ସଂକ୍ରମଣରୁ ମୁକ୍ତ ହୋଇଥିବା ଦେଶର ସବୁଠାରୁ ବୃଦ୍ଧ ଦମ୍ପତି ।

ମିଳିଥିବା ସୂଚନା ଅନୁସାରେ, ତାଙ୍କ ପୁଅ ଠାରୁ ଏହି ବୃଦ୍ଧ ଦମ୍ପତିଙ୍କୁ କରୋନା ବ୍ୟାପିଥିଲା । ତାଙ୍କ ପୁଅ ଇଟାଲୀରେ ରହନ୍ତି । ନିକଟରେ ସେ ନିଜ ପତ୍ନୀଙ୍କ ସହ ଭାରତ ଫେରିବା ପରେ କରୋନା ରିପୋର୍ଟ ପଜିଟିଭ ଆସିଥିଲା ।

Leave A Reply

Your email address will not be published.