Latest Odisha News

ଗାଡି ଚାଳକଙ୍କୁ ଆଶ୍ୱସ୍ତି; ଜୁନ୍ ୩୦ ଯାଏଁ ବଢିଲା ଗାଡି ଡକ୍ୟୁମେଣ୍ଟ ବୈଧତା

ଭୁବନେଶ୍ୱର: ଦେଶରେ ଲକଡାଉନ ଯୋଗୁଁ ଡକ୍ୟୁମେଣ୍ଟ ନବୀକରଣ ସମ୍ଭବ ହେଉନଥିବାରୁ ଗାଡି ପରମିଟ୍ ଅବଧିକୁ ବଢାଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ।

ଯାହାଫଳରେ ଫେବୃଆରୀ ୧ରୁ ସରୁଥିବା ଗାଡି ଡକ୍ୟୁମେଣ୍ଟ ଗୁଡିକୁ ଆସନ୍ତା ଜୁନ୍ ୩୦ ତାରିଖ ଯାଏଁ ବୈଧତା ପ୍ରାପ୍ତ ହେବ ।

କେନ୍ଦ୍ରର ନିର୍ଦ୍ଦେଶ ପରେ ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଟ୍ୱିଟ ମଧ୍ୟ କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଦେଶବ୍ୟାପୀ ଲକଡାଉନ ଜାରି ରହିବା ଫଳରେ ଗାଡି ନବୀକରଣ ଲାଗି ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଗାଡି ସମ୍ବନ୍ଧୀୟ ସମସ୍ତ ପରମିଟ୍ ତଥା ଡକ୍ୟୁମେଣ୍ଟର ଅବଧିକୁ ବୃଦ୍ଧି କରାଯାଇଛି ।

ଏନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରିବହନ ମନ୍ତ୍ରଣାଳୟ ନିର୍ଦ୍ଦେଶ ମଧ୍ୟ ଦେଇଛି । ଏହି ପରମିଟ୍ ମଧ୍ୟରେ ରହିଛି- ଡ୍ରାଇଭିଂ ଲାଇସେନ୍ସ, ପରମିଟ୍‌, ରେଜିଷ୍ଟ୍ରେସନ, ଫିଟନେସ୍ ,ଲର୍ଣ୍ଣିଂ ଲାଇସେନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ ଅବଧି ଆଦି ।

Leave A Reply

Your email address will not be published.