Latest Odisha News

କରୋନାଭାଇରସ ସଂକ୍ରମଣରୁ ସୁସ୍ଥ ହେଲେ ବ୍ରିଟେନ ପ୍ରିନ୍ସ ଚାର୍ଲସ

ଲଣ୍ଡନ: ନିକଟ ଅତୀତରେ ୭୧ ବର୍ଷୀୟ ବ୍ରିଟେନ ପ୍ରିନ୍ସ ଚାର୍ଲସ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ସେ ଏବେ (କୋଭିଡ-୧୯) ସଂକ୍ରମଣରୁ ଆରୋଗ୍ୟ ହୋଇଛନ୍ତି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ରିନ୍ସ ଚାର୍ଲସ କରୋନାରେ ଆକ୍ରାନ୍ତ ହୋଇ ଆଇସୋଲେସନରେ ଚିକିତ୍ସିତ ହେଉଥିଲେ । ହେଲେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଆଇସୋଲେସନରୁ ବାହାରିଛନ୍ତି ।

ସୂଚନାଯୋଗ୍ୟ, ନିକଟ ଅତୀତରେ ପ୍ରିନ୍ସ ଅଷ୍ଟ୍ରେଲିଆ ଓ ଅନ୍ୟ ଦେଶ ଗସ୍ତ କରି ଫେରିବା ପରେ ସେ ଅସୁସ୍ଥତା ଅନୁଭବ କରିଥିଲେ । ପରେ ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଦେବାରୁ ଗତ କିଛିଦିନ ତଳେ ତାଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଥିଲା ।

ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ କାନାଡା, ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୧୯୫ରୁ ଅଧିକ ଦେଶକୁ ମଧ୍ୟ କରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

Comments are closed.