Latest Odisha News

BREAKING NEWS

କରୋନା ଲକଡାଉନ: ୨ ସପ୍ତାହ ପାଇଁ ବୁଲା କୁକୁରଙ୍କୁ ମିଳିବ ଖାଦ୍ୟ

ଭୁୁବନେଶ୍ୱର: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଘୋଷଣା ହୋଇଥିବା ଳକଡାଉନ ଫଳରେ ସହରାଞ୍ଚଳରେ ଥିବା ବୁଲା କୁକୁରମାନେ ଖାଇବାକୁ ପାଉ ନାହାଁନ୍ତି । ସେଥିପାଇଁ ଓଡିଶା ସରକାର କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ଘୋଷଣା କରିଛନ୍ତି ।

ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏନେଇ ନଗର ଉନ୍ନୟନ ବିଭାଗକୁ ଚିଠି ଲେଖିଛନ୍ତି ଯେ, ସହରାଞ୍ଚଳରେ ଥିବା ପାଖାପାଖି ୧.୨୦ ଲକ୍ଷ ବୁଲା କୁକୁର ଲକଡାଉନ ଯୋଗୁଁ ଖାଦ୍ୟ ମିଳୁ ନଥିବାରୁ ହିଂସ୍ର ହୋଇଯାଇଛନ୍ତି ।

କୁକୁରଙ୍କ ଦୁର୍ଦ୍ଦଶାକୁ ଦେଖି ୨ ସପ୍ତାହ ପର୍ଯ୍ୟନ୍ତ ତାଙ୍କୁ ଖାଦ୍ୟ ଦେବା ପାଇଁ ୫୪ ଲକ୍ଷ ଟଙ୍କାର ବ୍ୟୟ ଆକଳନ କରାଯାଇଛି । ଏନେଇ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପ୍ରାଣୀ ସମ୍ପଦ ବିଭାଗ ନଗର ଉନ୍ନୟନ ବିଭାଗକୁ କହିଛି ।

Leave A Reply

Your email address will not be published.