Latest Odisha News

BREAKING NEWS

ସୁନ୍ଦରଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ବଣାଇ : ସୁନ୍ଦରଗଡ ଜିଲ୍ଳାର ଝୀର୍ଡ୍ରାପାଲି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ଏହି ସଡକ ଦୁର୍ଘଟଣାରେ ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୂଚନା ଅନୁଯାୟୀ ପାରାଦ୍ୱୀପ ରୁ ରାଉରକେଲା ଯାଉଥିବା ଗଙ୍ଗା ନାମକ ଏକ ଯାତ୍ରୀବାହି ବସ କୌଣସି କାରଣବଶତଃ ଭାରସାମ୍ୟ ହରାଇବାରୁ ବସଟି ରାସ୍ତାକଡକୁ ଓଲଟି ପଡିଥିଲା ।

ତେବେ ଏହି ଘଟଣାରେ ପାଖାପାଖି ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ମାନଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.