Latest Odisha News

BREAKING NEWS

ଅଭିଯୁକ୍ତ ଅଭିଜିତ ମିତ୍ର ଗିରଫ, ଦିଲ୍ଲୀରୁ ଧରିଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ସୋସିଆଲ ମିଡ଼ିଆରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଓଡ଼ିଶା ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କୁ ଓଡ଼ିଶା ପୋଲିସ ଦିଲ୍ଲୀରୁ ଗିରଫ କରିଛି ।

ମିଳିଥିବା ସୂଚନାନୁଯାୟୀ ଦିଲ୍ଲୀର ନିଜ୍ଜାମୁଦ୍ଦିନ ପୋଲିସ ସୀମା ମଧ୍ୟରୁ ଓଡ଼ିଶା ପୋଲିସର ଏକ ଦଳ ଗିରଫ କରିଛନ୍ତି । ଥାନାରେ ତାଙ୍କୁ ପ୍ରାଥମିକ ପଚରାଉଚରା ପରେ ନିକଟସ୍ଥ ଏକ ଡ଼ାକ୍ତରଖାନାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।

ବିଶେଷ ସୂତ୍ରରୁ ଖବର ମିଳିଛି, ଓଡ଼ିଶା ପୋଲିସ ତାଙ୍କୁ ରିମାଣ୍ଡରେ ଆଣିବାକୁ ନିକଟସ୍ଥ କୋର୍ଟରେ ହାଜର କରାଇପାରେ ।

ରାଜ୍ୟ ପୋଲିସ ଅଭିଜିତଙ୍କ ନାମରେ ଧର୍ମୀୟ ଚେତନା କୁତ୍ସାରଟନା ଅଭିଯୋଗରେ ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା ୨୯୫ (ଏ) ଅନୁଯାୟୀ ଏକ ମାମଲା ରୁଜୁ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଅଭିଜିତ ଓଡ଼ିଶା, ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ତଥା କୋଣାର୍କର ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରର ଭାସ୍କର୍ଯ୍ୟ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଗତ ୨ ଦିନ ହେଲା ସାରା ଓଡ଼ିଶାରେ ହଟଚମଟ ସୃଷ୍ଟି କରିଛି ।

ଅଭିଜିତଙ୍କ ଏହି ମନ୍ତବ୍ୟକୁ ନିନ୍ଦା କରାଯାଇ ତାଙ୍କୁ ତୁରନ୍ତ ଗିରଫ କରିବାକୁ ସବୁ ମହଲରୁ ଦାବି ହୋଇ ଆସୁଥିଲା ।

Leave A Reply

Your email address will not be published.