Latest Odisha News

BREAKING NEWS

କରୋନା ମହାମାରୀ: ଭାରତରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ଅଣାୟତ ହେଉଛି କରୋନା । ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବୁଧବାର ଦିନ ଏହି ସଂଖ୍ୟା ୧୩୯୭ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।


ଏଥିସହିତ କରୋନାଭାଇରସ ସଂକ୍ରମଣରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟରେ ପ୍ରକାଶ ।

ଆକ୍ରାନ୍ତଙ୍କ ମଧ୍ୟରୁ ୧୨୩ ଜଣ ଚିକିତ୍ସିତ ରୋଗୀ ଡିସଚାର୍ଜ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

ଏହି ଭାଇରସର ଵିସ୍ତାରକୁ ଦୃଷ୍ଟିରେ ରଖି ଭାରତ ସରକାର ଆଗାମୀ ଏପ୍ରିଲ ୧୫ ତାରିଖ ଯାଏଁ ସାରାଦେଶକୁ ଲକଡାଉନ କରି ଦେଇଛନ୍ତି ।

Leave A Reply

Your email address will not be published.