Latest Odisha News

BREAKING NEWS

ଲକଡାଉନ୍ ନିୟମ ଭାଙ୍ଗି ଭୁବନେଶ୍ୱରରେ ୧୩୩୯ଟି ଗାଡି ଜବତ

ଭୁବନେଶ୍ୱର: କୋଭିଡ-୧୯ର ମୁକାବିଲା ଲାଗି ସବୁଠି ଲକଡାଉନ୍ ଜାରି ରହିଥିବା ବେଳେ ବିନା ପାସରେ ରାସ୍ତାରେ ବୁଲୁଥିବା ଲୋକଙ୍କୁ ସାବାଡ୍ କରୁଛି କମିଶନରେଟ୍ ପୋଲିସ ।

ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗି ଟ୍ୱିଟ କରି କହିଛନ୍ତି ଯେ ଲକଡାଉନ୍ ନିୟମ ଭାଙ୍ଗିବା ଅଭିଯୋଗରେ ବୁଧବାର ଦିନ ୪୯୩ଟି ଗାଡି ଜବତ କରାଯାଇଛି।

ଆହୁରି ମଧ୍ୟ ସେ କହିଛନ୍ତି, “ଲକଡାଉନ୍ ଗାଇଡଲାଇନକୁ ଖୋଲାଖୋଲି ଭାବେ ଉଲଘଂନ କରୁଥିବା ସମ୍ପୃକ୍ତ ଅମାନିଆ ଲୋକଙ୍କ ବିରୋଧରେ ପୋଲିସ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଛି ।

ଓଡିଶା କୋଭିଡ-୧୯ ନିୟମାବଳୀ, ୨୦୨୦ ଏବଂ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୧୮୮ ଅନୁଯାୟୀ ଗତ ମାର୍ଚ୍ଚ ୩୦ରେ ୪୦୦ରୁ ଅଧିକ ଗାଡି ଏବଂ ମାର୍ଚ୍ଚ ୩୧ରେ ୪୪୬ ଟି ଗାଡି ଜବତ କରାଯାଇଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.