Latest Odisha News

ଗୋଟିଏ ଦିନରେ ୧୫ କରୋନା ପଜିଟିଭ ଚିହ୍ନଟ ପରେ ବମିଖାଲ ଅଂଚଳ ସିଲ୍

ଭୁବନେଶ୍ୱର : ରାଜଧାନୀର ବମିଖାଲ ଅଂଚଳରେ ରବିବାର ୧୫ ନୂଆ କରୋନା ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ସମଗ୍ର ଅଂଚଳ ସିଲ୍ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କ୍ଲଷ୍ଟର ନିୟନ୍ତ୍ରଣ ବ୍ୟବସ୍ଥା ଆରମ୍ଭ କରାଯିବା ସହିତ ଘରକୁ ଘର ସର୍ଭେ ଆରମ୍ଭ କରାଯାଇଛି । ସମସ୍ତ ସନ୍ଦିଗ୍ଧ ଏବଂ ସମ୍ପର୍କୀୟଙ୍କୁ ଅଲଗା କରାଯିବା ସହିତ ସ୍ୱାବ ନମୁନା ପରୀକ୍ଷା କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ବାସିନ୍ଦାଙ୍କୁ ଭୟଭୀତ ନ ହୋଇ ଘର ଭିତରେ ରହିବା ପାଇଁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବମିଖାଲରେ ତିନି ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଆଜିର ୧୫ ଜଣଙ୍କୁ ମିଶାଇ ଏଯାଏଁ ବମିଖାଲ ଅଂଚଳରେ ମୋଟ ୧୮ ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇ ୩୯ରେ ପହଞ୍ଚିଥିବା ବେଳେ ସେଥିମଧ୍ୟରୁ ୩୨ ଜଣ କେବଳ ଭୁବନେଶ୍ୱରର ।

Comments are closed.