Latest Odisha News

BREAKING NEWS

କରୋନା ଅପଡେଟ୍ ; ଭାରତର ସମସ୍ତ ପଶୁ ବାଟିକାରେ ହାଇ ଆଲର୍ଟ ଜାରି !

ନୂଆଦିଲ୍ଲୀ: ଆମେରିକାର ବ୍ରୋନ୍‌କ୍ସ ପ୍ରାଣୀ ଉଦ୍ୟାନରେ ବାଘୁଣୀ ନାଦିଆ କରୋନାଭାଇରସରେ ସଂକ୍ରମିତ ହେବା ପରେ ଭାରତର ସମସ୍ତ ପଶୁ ବାଟିକାରେ ହାଇ ଆଲର୍ଟ ଜାରି ହୋଇଛି ।

ଆଜି ସେଣ୍ଟ୍ରାଲ୍ ଜୁ ଅଥରିଟି(CZA) ଏକ ଚିଠି ଜରିଆରେ ଭାରତର ସମସ୍ତ ଚିଡିଆଖାନାରେ ହାଇ ଆଲର୍ଟ ଜାରି କରିବା ସହ ସନ୍ଧିଗ୍ଧ ମାମଲାର ନମୁନା ସଂଗ୍ରହ କରିବାକୁ ଆଦେଶ ଦେଇଛନ୍ତି ।

PTI ରିପେ।ର୍ଟ ଅନୁଯାୟୀ CZA ମେମ୍ବର ସେକ୍ରେଟାରୀ ଏସ.ପି ଯାଦବ କହିଛନ୍ତି ସମସ୍ତ ଚିଡିଆଖାନାର କର୍ମଚାରୀ ସତର୍କ ରହିବା ସହ ଦିନରାତି ପଶୁପକ୍ଷୀଙ୍କ ଉପରେ ସିସିଟିଭି ଜରିଆରେ ନଜର ରଖାଯିବ । ଖାସ କରି ସ୍ତନ୍ୟପାୟୀ ପ୍ରାଣୀଙ୍କ ସମସ୍ତ ଗତିବିଧି ଉପରେ ନଜର ରଖିବାକୁ ଆଡଭାଇଜରି ଜାରି ହୋଇଛି ।

ଚିଡିଆଖାନା କର୍ମଚାରୀଙ୍କୁ ସେଫଟି କିଟ୍ ପରିଧାନ କରି ଜୀବଜନ୍ତୁଙ୍କ ସଂସ୍ପର୍ଷରେ ଆସିବାକୁ କୁହାଯାଇଥିବାବେଳେ ରୋଗୀଣା ବନ୍ୟଜନ୍ତୁଙ୍କୁ ଏକାନ୍ତରେ ରଖିବାକୁ ପରାମର୍ଶ ଦିଆଯାଇଛି ।

ନ୍ୟୁୟର୍କ ଚିଡିଆଖାନାରେ ୪ ବର୍ଷର ମଲୟାନ୍ ବାଘୁଣୀ ନାଦିଆ ପ୍ରଥମ ପଶୁ ଭାବେ କରୋନାରେ ଆକ୍ରାନ୍ତ ହୋଇଛି । ଅନୁମାନ କରାଯାଉଛି ଏହି ଭୂତାଣୁ କୌଣସି କର୍ମଚାରୀ କିମ୍ବା ପର୍ଯ୍ୟଟକଙ୍କ ମାଧ୍ୟମରେ ନାଦିଆକୁ ସଂକ୍ରମିତ ହୋଇଛି ।

Leave A Reply

Your email address will not be published.