ନୂଆଦିଲ୍ଲୀ: ମାଗଣାରେ ହେଉ କରୋନା ପରୀକ୍ଷା । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହ ଅଧିକରୁ ଅଧିକ ପରୀକ୍ଷା କରାଯାଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।
ଏହାସହିତ ଘରୋଇ ପରୀକ୍ଷାଗାର ଗୁଡ଼ିକୁ କୋଭିଡ-୧୯ ପରୀକ୍ଷା ପାଇଁ ଅଧିକ ଟଙ୍କା ନନେବାକୁ କେନ୍ଦ୍ର ସରକାରକୁ ନିର୍ଦ୍ଦେଶ ଦେଇଛନ୍ତ ସୁପ୍ରିମକୋର୍ଟ। କରୋନା ଟେଷ୍ଟ ଓ ଏହାର ମୁକାବିଲା ଲାଗି କାର୍ୟ୍ୟ କରୁଥିବା ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କ ସୁରକ୍ଷା ଲାଗି ଆଗତ ପିଟିସନର ଶୁଣାଣି କରି କୋର୍ଟ କରୋନା ଯୁଦ୍ଧରେ ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କୁ ଯୋଦ୍ଧା ବୋଲି କହିଛନ୍ତି। ଏଣୁ ସେମାନଙ୍କ ପରିବାରର ସୁରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେତା ଯୋଗ ଦେଇ କହିଛନ୍ତି, ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ସଚେତନ ରହିଛନ୍ତି। ସେମାନଙ୍କର ସୁରକ୍ଷା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ପିପିଇ କିଟ୍ ମଧ୍ୟ ଅଧିକ ଯୋଗାଇବାକୁ ସରକାର ବ୍ୟବସ୍ଥା କରୁଛନ୍ତି ବୋଲି ସେ କହିଛନ୍ତି। ଏଥିସହ କରୋନା ସଂକ୍ରମିତ ବ୍ୟକ୍ତି ଯେମିତି ଅଧିକ ଲୋକଙ୍କୁ ପ୍ରଭାବିତ ନକରିବେ ସେଥିପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି ।
BREAKING NEWS
- Budget 2026: ଜନଜାତିଙ୍କ କଲ୍ୟାଣ ପାଇଁ ଏକ ପରିବର୍ତ୍ତନଶୀଳ ବଜେଟ୍…ଓଡ଼ିଶାକୁ ଲାଭବାନ କରିବ: ଜୁଏଲ ଓରାମ
- Builder: ବିଲଡର ସଂସ୍ଥା ମାଲିକ ଗିରଫ; ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
- ଟି୨୦ ବିଶ୍ୱକପ: ଭାରତ ସହ ଖେଳିବନି ପାକିସ୍ତାନ
- ଦିଗହୀନ ବଜେଟ୍; କେନ୍ଦ୍ରୀୟ ବଜେଟ୍ ୨୦୨୬କୁ କଡ଼ା ସମାଲୋଚନା କଲେ ବିରୋଧୀ ନେତା…
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
- ପ୍ରଫେସର ଶିବବ୍ରତ ଦାସ ବିଶ୍ୱଭାରତୀ ସଂସଦର ସଦସ୍ୟ ମନୋନୀତ
- ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା
- ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
- ବଜେଟରେ ନିର୍ମଳା ସୀତାରମଣଙ୍କ ଶାଢ଼ି ସ୍ୱାଗ୍, ପ୍ରତ୍ୟେକ ଥର ଏକ ଭିନ୍ନ ଶୈଳୀ ଆସନ୍ତି ନଜର…
Comments are closed.