Latest Odisha News

କରୋନା ସଂକ୍ରମଣରେ ଆଇସ ହକିର ମହାନ ଖେଳାଳି ରୋଜର ଚ୍ୟାପଟଙ୍କ ମୃତ୍ୟୁ

ଜ୍ୟୁରିକ୍‌:କରୋନା ଭାଇରସ ସଂକ୍ରମଣ ଯୋଗୁ ବୁଧବାର ଆଇସ ହକିର ମହାନ ଖେଳାଳି ରୋଜର ଚ୍ୟାପଟଙ୍କ ମୃତ୍ୟୁ ହୋଇଛି । ୭୯ ବର୍ଷୀୟ ରୋଜର ୧୯୬୪ ଶୀତକାଳୀନ ଅଲିମ୍ପିକ୍ସରେ ନିଜ ଦେଶ ପକ୍ଷଣୁ ଅଂଶଗ୍ରହଣ କରିଥିଲେ । ସେ ୧୦୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ୧୦ ଦିନ ମଧ୍ୟରେ ୫ମ ଖେଳାଳି ଭାବେ କରୋନାରେ ମୃତ୍ୟୁବରଣ କରିଛନ୍ତି ।

ତାଙ୍କ ପୂର୍ବରୁ ଫ୍ରାନ୍ସ ଫୁଟବଲ କ୍ଲବ ରୀମ୍ସର ଡାକ୍ତର ବର୍ଣ୍ଣଡ ଗୋଞ୍ଜାଲେଜ, ଲାଙ୍କଶାୟର କ୍ରିକେଟ କ୍ଲବର ଅଧ୍ୟକ୍ଷ ଡେଭିଡ ହକିନ୍ସ, ଫ୍ରାନ୍ସର ଡି ମାର୍ଶଲ ଫୁଟବଲ କ୍ଲବର ପୂର୍ବ ଅଧ୍ୟକ୍ଷ ପେପ ଦିଅଫ ଓ ପାକିସ୍ତାନର ସ୍କ୍ୱାଶ ଖେଳାଳି ଆଜମ ଖାଁ ଏହି ରୋଗରେ ମୃତ୍ୟୁବରଣ କରି ସାରିଛନ୍ତି ।

Leave A Reply

Your email address will not be published.