ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ବଢ଼ି ଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟ । ଗଲା ୨୪ ଘଂଟାରେ ଦେଶରେ ୭୭୩ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛନ୍ତି । ସେହିପରି ୩୨ ଜଣଙ୍କ ମୃତ୍ୟୁ ହୋଇଛି ।
ଏହାକୁ ମିଶାଇ ଦେଶରେ ସଂକ୍ରମଣଙ୍କ ସଂଖ୍ୟା ୫୧୧୯ରେ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪୯ରେ ପହଂଚିଛି । ସେହିପରି ୪୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ।
ସେ ଆହୁରି କହିଛନ୍ତି ଯେ, ଦେଶରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନର କୌଣସି ଅଭାବ ନାହିଁ ଓ ଭବିଷ୍ୟତରେ ଏହି ଔଷଧର ଅଭାବ ଦେଖାଯିବାର ସମ୍ଭାବନା ନାହିଁ । ହାଇଡ୍ରୋକ୍ସିକ୍ଲୋରୋକ୍ୱିନ କେତେକ ବିଶେଷ କ୍ଷେତ୍ରରେ ରୋଗୀ ଓ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇଥାଏ । ଏହା କେବଳ ଡାକ୍ତରଙ୍କ ପରାମର୍ଶରେ ହିଁ ନିଆଯାଇପାରିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ହସପିଟାଲ ଗୁଡ଼ିକରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ସଂକ୍ରମଣ ଚିନ୍ତାର ବିଷୟ ହୋଇଛି । ଏଥିପାଇଁ ହସପିଟାଲ ଗୁଡ଼ିକରେ ବ୍ୟବହାରଗତ ପରିବର୍ତ୍ତନ ଉପରେ ବିଚାର କରାଯାଉଛି ।
BREAKING NEWS
- ଜାତିସଂଘ ଉପରେ ବିଶ୍ୱାସ ଅଛି, ଟ୍ରମ୍ପଙ୍କ ଶାନ୍ତି ବୋର୍ଡ ଦରକାର ନାହିଁ: ସ୍ପେନ
- ରାଉରକେଲା ବିମାନ ଦୁର୍ଘଟଣା: ପାଇଲଟ ତରୁଣ ଶ୍ରୀବାସ୍ତବ ସୁସ୍ଥ ହୋଇ ଫେରିଲେ
- ସୁଯୋଗ ହାତଛଡା କରୁଛନ୍ତି ସଞ୍ଜୁ ସାମସନ
- ‘Border 2’ ରିଲିଜ ପରେ ମନକଥା କହିଲେ ଦିଲଜିତ୍…
- ଫିଟ ଅଛନ୍ତି ତ ବୁମରାହ, ଚିନ୍ତା ବଢ଼ାଇଲା
- Maoists Surrender: ୪୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ
- ବିଜେଡି ଛାଡ଼ି ବିଜେପିରେ ମିଶିଲେ ପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷଙ୍କ ସମେତ ୭ କାଉନ୍ସିଲର
- ଧାନ ସଂଗ୍ରହରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାଗୁଡ଼ିକ ବହୁତ ପଛରେ: ବିଜେଡି
- ଦୁନିଆରେ ମାନବ ସମାଜ ଠାରୁ ଅଧିକ ହେବ ରୋବୋଟ ସଂଖ୍ୟା..
- ବାଂଲାଦେଶ ବିପକ୍ଷରେ ଆଇସିସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ
Comments are closed.