ଭୁବନେଶ୍ୱର: ମହାମାରୀ କରୋନା କୌଣସି କ୍ରିକେଟ ମ୍ୟାଚ୍ ନୁହେଁ । ଦିନିକିଆ, ଆଇପିଏଲ୍ କିମ୍ବା ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ୍ ନୁହେଁ କୋଭିଡ-୧୯ । ଏହା ଏକ ଲମ୍ବା ଲଢେ଼ଇ । ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସ୍ଥିତି ବାବଦରେ ସୂଚନା ଦେବା ବେଳେ ଏଭଳି ମତ ରଖିଛନ୍ତି ମୁଖ୍ୟ ମୁଖପାତ୍ର ସୁବ୍ରୋତ ବାଗଚୀ ।
ସେ କହିଛନ୍ତି, କ୍ରିକେଟ ମ୍ୟାଚରେ ଆମେ ପ୍ରତି ବଲ୍ର ହିସାବ ଖୋଜିଥାଉ । କେଉଁ ବଲ୍ଟି କେତେ ଗତିରେ ଆସିଲା, ବ୍ୟାଟସ୍ ମ୍ୟାନ୍ ତାକୁ କେମିତି ଦେଖିଲା ଏବଂ କେମିତି ଖେଳିଳା । ପ୍ରତି ବଲ୍ର ସମୀକ୍ଷା କରାଯାଇଥାଏ । ବ୍ୟାଟ୍ସ ମ୍ୟାନ୍ର ପ୍ରତି ଶଟ୍ ଏବଂ ଆକ୍ସନକୁ ରିପ୍ଲେରେ ଦେଖାଯାଇଥାଏ । ତେବେ ଏଥିରେ ମଧ୍ୟ ଦର୍ଶକଙ୍କ ମନ ପୂରି ନଥାଏ । କୋଭିଡ-୧୯ କିନ୍ତୁ ଏହି ମ୍ୟାଚ୍ ଭଳି ନୁହଁ । ରାଜ୍ୟରେ ଏଯାଏଁ ୪୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରତିଟି ପଜିଟିଭ କେସର ବିବରଣୀ ଏବଂ ପୁନରାବୃତ୍ତି, ସମୀକ୍ଷା ସମ୍ଭବ ନାହିଁ ।
ଯଦି ଆକ୍ରାନ୍ତଙ୍କ ସଂଖ୍ୟା ୪୪୪ ହୁଏ ତେବେ ସବୁ ଘଟଣାରେ ସବୁ ତଥ୍ୟ ଦିଆଯିବା ଅସମ୍ଭବ । କ୍ରିକେଟ ନୁହେଁ ଏହା କୋଭିଡର ଖେଳ ବୋଲି ବାଗଚୀ କହିଛନ୍ତି ।
BREAKING NEWS
- Budget 2026: ଜନଜାତିଙ୍କ କଲ୍ୟାଣ ପାଇଁ ଏକ ପରିବର୍ତ୍ତନଶୀଳ ବଜେଟ୍…ଓଡ଼ିଶାକୁ ଲାଭବାନ କରିବ: ଜୁଏଲ ଓରାମ
- Builder: ବିଲଡର ସଂସ୍ଥା ମାଲିକ ଗିରଫ; ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
- ଟି୨୦ ବିଶ୍ୱକପ: ଭାରତ ସହ ଖେଳିବନି ପାକିସ୍ତାନ
- ଦିଗହୀନ ବଜେଟ୍; କେନ୍ଦ୍ରୀୟ ବଜେଟ୍ ୨୦୨୬କୁ କଡ଼ା ସମାଲୋଚନା କଲେ ବିରୋଧୀ ନେତା…
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
- ପ୍ରଫେସର ଶିବବ୍ରତ ଦାସ ବିଶ୍ୱଭାରତୀ ସଂସଦର ସଦସ୍ୟ ମନୋନୀତ
- ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା
- ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
- ବଜେଟରେ ନିର୍ମଳା ସୀତାରମଣଙ୍କ ଶାଢ଼ି ସ୍ୱାଗ୍, ପ୍ରତ୍ୟେକ ଥର ଏକ ଭିନ୍ନ ଶୈଳୀ ଆସନ୍ତି ନଜର…
Comments are closed.