ମାନିଲା: ଫିଲିପାଇନ୍ସର ସଡକରେ ରୀତା ଗାଭିଓଲା ନାମକ ଯୁବତୀ ବୁଲି ବୁଲି ଭିକ ମାଗୁଥିଲେ । ସେ କେବେ ବି ଭାବି ନ ଥିଲେ ଯେ ଦିନେ ସୋସିଆଲ ନେଟୱର୍କିଂ ସାଇଟରେ ସେଲିବ୍ରେଟି ପାଲଟିଯିବେ । ଲୁକବାନ ସହରରେ ଫଟୋଗ୍ରାଫର ଟୋଫର କ୍ୱିଟୋ ରୀତାଙ୍କୁ ଦେଖିଥିଲେ । ସେ ତାଙ୍କ ଲୁକରେ ପ୍ରଭାବିତ ହୋଇ ଫଟୋ ଉଠାଇଥିଲେ । ପରେ ସେହି ଫଟୋକୁ ସୋସିଆଲ ସାଇଟରେ ଶେୟାର କରିଥିଲେ ।ଏହା ରୀତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା । ଫଟୋ ଭାଇରାଲ ହେବା ପରେ ବିଭିନ୍ନ ଫେଶନ ବ୍ରାଣ୍ଡ ତାଙ୍କୁ ମଡେଲ ଭାବେ ନେଇଥିଲେ । ବିଭିନ୍ନ ମହଲରୁ ଟଙ୍କାର ସୁଅ ଛୁଟିଥିଲା । ମଡେଲିଂ ଦୁନିଆରେ ତାଙ୍କ ନାମ ବେଡଜାେଓ ଗାର୍ଲ ରଖାଯାଇଛି । ରୀତାଙ୍କ ୫ ଭାଇ ଓ ଭଉଣୀ । ମାଆ ଘରେ ଘରେ ବୁଲି କାମ କରନ୍ତି ଓ ବାପା ଦିନ ମଜୁରିଆ କାମ କରନ୍ତି ।
BREAKING NEWS
- ଚାଲାଣ ପୂର୍ବରୁ ମାଡି ବସିଲା ପୋଲିସ; କୋଟିଏ ଟଙ୍କାର ଗଞ୍ଜେଇ ଜବତ
- ଓଆଇଏସଏଫର ଆଉ ଏକ ବାଟାଲିୟନ ଗଠନକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦୪୦ ନୂଆ ପଦବୀ
- ଜବରଦଖଲ ଉଚ୍ଛେଦ ବେଳେ ପୋଲିସ- ବସ୍ତିବାସିନ୍ଦାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ: ଜଣେ ମୃତ, ୬ ଆହତ
- ରାତି ପାହିଲେ କଳିଙ୍ଗ ସୁପର କପ୍ ; ଟୁର୍ଣ୍ଣାମେଣ୍ଟରୁ ଓହରିଲା ଚର୍ଚ୍ଚିଲ ବ୍ରଦର୍ସ
- ଆଇପିଏଲରେ ଇତିହାସ ରଚିଲେ ବୈଭବ
- ଚାଞ୍ଚଲ୍ୟ ଘଟଣା! ୬ ମାସର ଗର୍ଭବତୀ ହେଲେ ୬ଷ୍ଠ ଶ୍ରେଣୀ ଛାତ୍ରୀ
- ଗୁଜରାଟକୁ ଏକାକୀ ଜିତାଇଲେ ବଟଲର
- ଜୋରଦାର ଚାଲିଛି ମାଓ ବିରୋଧୀ ଅଭିଯାନ, ପୁଣି ମାଓଡମ୍ପ ଉଦ୍ଧାର କଲେ ଯବାନ୍
- ଓଡ଼ିଆ ପୁଅ ଓମ୍ ପ୍ରକାଶ ଜେଇଇ ମେନ୍ ଟପ୍ପର
- ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ପେନର ରାଷ୍ଟ୍ରଦୂତ ଜୁଆନ୍ ଆଣ୍ଟୋନିଓ ମାର୍ଚ ପୁଜୋଲ
Comments are closed.