ନୂଆଦିଲ୍ଲୀ: କଂଟେନମେଂଟ ଜୋନ୍ ଘୋଷଣା ଫଳରେ ଦେଶକୁ ସଫଳତା ମିଳିଛି । ଗତ ୧୪ ଦିନରେ ପ୍ରାୟ ୧୫ ରାଜ୍ୟର ୨୫ଟି ଜିଲ୍ଲାରୁ କୌଣସି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି । ପୂର୍ବରୁ ଏହି ସବୁ ଜିଲ୍ଲା ସଂକ୍ରମିତ ଚିହ୍ନଟ ହୋଇଥିଲା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ।
ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି ଯେ ରାଜ୍ୟ ରାଜ୍ୟ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ନେଇ କୌଣସି କଟକଣା ଜାରି କରାଯାଇ ନାହିଁ । ଅନ୍ତଃରାଜ୍ୟ ଟ୍ରକ ପରିବହନ ଜାରି ରହିଛି ବୋଲି ସେ କହିଛନ୍ତି ।
ସେହିପରି ଭାରତୀୟ ଭେଷଜ ଗବେଷଣା ପରିଷଦର ମୁଖ୍ୟ ରମଣ ଆର.ଗଙ୍ଗାଖେଡକର କହିଛନ୍ତି ଯେ ଦେଶରେ ଏପର୍ୟ୍ୟନ୍ତ ମୋଟ ୨,୦୬,୨୧୨ଟି ନମୂନା ପରୀକ୍ଷଣ କରାଯାଇଛି । ଆଗାମୀ ୬ ସପ୍ତାହରେ ପରୀକ୍ଷା କରିବା ପାଇଁ ଦେଶରେ ଯଥେଷ୍ଟ ପରିମାଣରେ ଟେଷ୍ଟିଂ କିଟ ମହଜୁଦ ରହିଛି । ଆସନ୍ତା ୧୫ ତାରିଖରେ ଚୀନରୁ ପ୍ରଥମ ଦଫା ଟେଷ୍ଟିଂ କିଟ ଭାରତରେ ପହଞ୍ଚିବ ବୋଲି ସେ କହିଛନ୍ତି ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭୯୬ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଥିବାବେଳେ ୩୫ ଜଣଙ୍କ ମୃତ୍ୟୁ ହୋଇଛି । ଏହା ଫଳରେ ମୋଟ ସଂକ୍ରମଣ ସଂଖ୍ୟା ୯୧୫୨ ଓ ମୃତ୍ୟୁସଂଖ୍ୟା ୩୦୮କୁ ବୃଦ୍ଧି ପାଇଛି । ଦେଶରେ ୮୫୪ ଜଣ ଏହି ଭୁତାଣୁ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ।
BREAKING NEWS
- ଟି୨୦ ବିଶ୍ୱକପ: ଭାରତ ସହ ଖେଳିବନି ପାକିସ୍ତାନ
- ଦିଗହୀନ ବଜେଟ୍; କେନ୍ଦ୍ରୀୟ ବଜେଟ୍ ୨୦୨୬କୁ କଡ଼ା ସମାଲୋଚନା କଲେ ବିରୋଧୀ ନେତା…
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
- ପ୍ରଫେସର ଶିବବ୍ରତ ଦାସ ବିଶ୍ୱଭାରତୀ ସଂସଦର ସଦସ୍ୟ ମନୋନୀତ
- ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା
- ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
- ବଜେଟରେ ନିର୍ମଳା ସୀତାରମଣଙ୍କ ଶାଢ଼ି ସ୍ୱାଗ୍, ପ୍ରତ୍ୟେକ ଥର ଏକ ଭିନ୍ନ ଶୈଳୀ ଆସନ୍ତି ନଜର…
- ନନ୍ଦନକାନନରେ କୁମ୍ଭୀର ମୃତ; ୮ ଦିନରେ ୫…
- Development Projects In Subarnapur: ସୁବର୍ଣ୍ଣପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬୩୩ କୋଟିର ପ୍ରକଳ୍ପ ଘୋଷଣା,ଓପନ୍ ଏୟାର ଥିଏଟର ପାଇଁ ୧୧.୨୩ କୋଟି
Comments are closed.