ନୂଆଦିଲ୍ଲୀ: କଂଟେନମେଂଟ ଜୋନ୍ ଘୋଷଣା ଫଳରେ ଦେଶକୁ ସଫଳତା ମିଳିଛି । ଗତ ୧୪ ଦିନରେ ପ୍ରାୟ ୧୫ ରାଜ୍ୟର ୨୫ଟି ଜିଲ୍ଲାରୁ କୌଣସି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି । ପୂର୍ବରୁ ଏହି ସବୁ ଜିଲ୍ଲା ସଂକ୍ରମିତ ଚିହ୍ନଟ ହୋଇଥିଲା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ।
ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି ଯେ ରାଜ୍ୟ ରାଜ୍ୟ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ନେଇ କୌଣସି କଟକଣା ଜାରି କରାଯାଇ ନାହିଁ । ଅନ୍ତଃରାଜ୍ୟ ଟ୍ରକ ପରିବହନ ଜାରି ରହିଛି ବୋଲି ସେ କହିଛନ୍ତି ।
ସେହିପରି ଭାରତୀୟ ଭେଷଜ ଗବେଷଣା ପରିଷଦର ମୁଖ୍ୟ ରମଣ ଆର.ଗଙ୍ଗାଖେଡକର କହିଛନ୍ତି ଯେ ଦେଶରେ ଏପର୍ୟ୍ୟନ୍ତ ମୋଟ ୨,୦୬,୨୧୨ଟି ନମୂନା ପରୀକ୍ଷଣ କରାଯାଇଛି । ଆଗାମୀ ୬ ସପ୍ତାହରେ ପରୀକ୍ଷା କରିବା ପାଇଁ ଦେଶରେ ଯଥେଷ୍ଟ ପରିମାଣରେ ଟେଷ୍ଟିଂ କିଟ ମହଜୁଦ ରହିଛି । ଆସନ୍ତା ୧୫ ତାରିଖରେ ଚୀନରୁ ପ୍ରଥମ ଦଫା ଟେଷ୍ଟିଂ କିଟ ଭାରତରେ ପହଞ୍ଚିବ ବୋଲି ସେ କହିଛନ୍ତି ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭୯୬ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଥିବାବେଳେ ୩୫ ଜଣଙ୍କ ମୃତ୍ୟୁ ହୋଇଛି । ଏହା ଫଳରେ ମୋଟ ସଂକ୍ରମଣ ସଂଖ୍ୟା ୯୧୫୨ ଓ ମୃତ୍ୟୁସଂଖ୍ୟା ୩୦୮କୁ ବୃଦ୍ଧି ପାଇଛି । ଦେଶରେ ୮୫୪ ଜଣ ଏହି ଭୁତାଣୁ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ।
BREAKING NEWS
- ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ; ଶେଷ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
Comments are closed.