Latest Odisha News

BREAKING NEWS

ଲକଡାଉନରେ ଅନଲାଇନ ଲୁଡୋ ଖେଳି ସମୟ କାଟୁଛନ୍ତି ଭାରତୀୟ ମହିଳା କ୍ରିକେଟ ଖେଳାଳି

ମୁମ୍ବାଇ: କରୋନା ଭାଇରସ ନେଇ ସରକାର ଦେଶରେ ଲକଡାଉନ ନିୟମ ଲାଗୁ କରିଛନ୍ତି । ଭାରତୀୟ ମହିଳା କ୍ରିକେଟ ଟିମର ସଦସ୍ୟ ଏହି ନିୟମ ପାଳନ କରିବା ସହ ସମୟ କାଟିବା ପାଇଁ ଅନଲାଇନରେ ଲୁଡୋ ଖେଳୁଛନ୍ତି । ସୋମବାର ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ସ୍ମୃତି ମାନ୍ଧନା ଏହା କହିଛନ୍ତି । ଏହା ଦ୍ୱାରା ଆମେ ପରସ୍ପର ସହ ସମ୍ପର୍କ ମଧ୍ୟ ରଖିପାରୁଛି । ଏହା ବ୍ୟତୀତ ଘରେ ଅଭ୍ୟାସ କରୁଛି ବୋଲି ସେ କହିଛନ୍ତି ।

ତେବେ ଲକଡାଉନ ଯୋଗୁ ମୁଁ ଫିଲ୍ମପ୍ରେମୀ ହୋଇଯିବା ସହ ଅଧିକ ସମୟ ଶୋଇ ରହୁଛି । ଏହା ଯେପରି ଅଭ୍ୟାସରେ ପରିଣତ ନ ହେବ ସେଥିପ୍ରତି ମୋତେ ଆଗକୁ ଧ୍ୟାନ ଦେବାକୁ ପଡିବ । ଏହି ଅବସରରେ ସେ ଲୋକମାନଙ୍କୁ ସାମାଜିକ ଦୂରତା ପାଳନ କରିବା ସହ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କୁ ସହଯୋଗ କରିବା ପାଇଁ କହିଛନ୍ତି ।

Leave A Reply

Your email address will not be published.