Latest Odisha News

ଏହି ୭ଟି କଥା ମାନିବାକୁ କହିଛନ୍ତି ମୋଦୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ଆସନ୍ତା ମେ ୩ ତାରିଖ ଯାଏଁ ଲକଡାଉନ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ ଏପ୍ରିଲ୍ ୨୦ ପର୍ଯ୍ୟନ୍ତ ଏହି ଲକଡାଉନ ପ୍ରତିବନ୍ଧକକୁ କଡାକଡି ଭାବେ ପାଳନ କରାଯିବ ଏବଂ ପରବର୍ତ୍ତୀ ସମୟରେ କିଛି ନିୟମକୁ କୋହଳ କରାଯିବ।

 

ଏହାବ୍ୟତୀତ, ସେ ଦେଶର ସମସ୍ତ ଜନସାଧାରଣଙ୍କୁ ନିମ୍ନୋକ୍ତ ୭ଟି କଥା ମାନିବାକୁ କହିଛନ୍ତି। ଜାଣନ୍ତୁ…

୧) ବୟସ୍କ ବ୍ୟକ୍ତି ମାନଙ୍କର ଉପଯୁକ୍ତ ଯତ୍ନ ନିଅନ୍ତୁ, ଖାସ କରି ଯେଉଁମାନଙ୍କ ର ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି।

୨) ସାମାଜିକ ଦୂରତା ଠିକ୍ ଭାବରେ ପାଳନ କରାଯିବା ଉଚିତ୍। ଘରେ ତିଆରି ମାସ୍କର ବ୍ୟବହାର କରନ୍ତୁ।

୩) ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଜାରି ନିର୍ଦ୍ଦେଶଗୁଡିକୁ ଅନୁସରଣ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରନ୍ତୁ।

୪) ସମସ୍ତେ ନିଜ ମୋବାଇଲରେ ଆରୋଗ୍ୟ ସେତୁ  ଡାଉନଲୋଡ୍ କରନ୍ତୁ।

୫) ଯେତେ ସମ୍ଭବ ଗରିବ ପରିବାରକୁ ସାହାଯ୍ୟ କରନ୍ତୁ।

୬) ସହକର୍ମୀମାନଙ୍କୁ ସାହାଯ୍ୟ କରନ୍ତୁ।

୭) କରୋନାଭାଇରସ୍ ‘ଯୋଦ୍ଧା’ଙ୍କୁ ସମ୍ମାନ ଦିଅନ୍ତୁ- ଯେପରିକି ଡାକ୍ତର, ନର୍ସ, ପରିମଳ କର୍ମଚାରୀ।

Comments are closed.