Latest Odisha News

BREAKING NEWS

କଟକ: ଦିନ ଦ୍ୱିପ୍ରହରରେ କଲେଜ ଛାତ୍ରୀଙ୍କୁ ଛୁରାମାଡ

କଟକ : କଟକ ନିକଟସ୍ଥ ଅଡଶପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଆଜି ଦିନ ଦ୍ୱିପ୍ରହରରେ ଅଡଶପୁର ଉଦୟନାଥ କଲେଜର ଜଣେ ଛାତ୍ରୀଙ୍କ ଉପରେ କେହି ଦୁବୁର୍ତ୍ତ ଛୁରାମାଡ କରିଛି ।

ଅନ୍ୟପକ୍ଷରେ ଛୁରାମାଡ କରିଥିବା ଦୁବୁର୍ତ୍ତ ଜଣଙ୍କ ଉକ୍ତ ଛାତ୍ରୀଙ୍କ ସହପାଠୀ ବୋଲି ସୁତ୍ରରୁ ପ୍ରକାଶ ।

ଏଥିସହିତ ଛୁରାମାଡ ଫଳରେ ଛାତ୍ରୀଙ୍କ ଅଣ୍ଟା ଓ ଗୋଡରେ ଗଭୀର ଆଘାତ ଲାଗିଛି ଏବଂ ଗୁରୁତର ଅବସ୍ଥାରେ ଉକ୍ତ ଛାତ୍ରୀଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ ଛୁରାମାଡ ନେଇ କୌଣସି ସ୍ପଷ୍ଟ କାରଣ ଜଣାପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରିବା ସହ ପ୍ରେମ ଜନିତ ସମ୍ପର୍କକୁ ନେଇ ଏଭଳି ଅଘଟଣ ହୋଇଥିବା ନେଇ ସନ୍ଦେହ କରୁଛି ।

Leave A Reply

Your email address will not be published.