Latest Odisha News

BREAKING NEWS

ଜୟପୁରରେ ଗୁଳିକାଣ୍ଡ, ଦୁବୃର୍ତ୍ତଙ୍କ ଆକ୍ରମଣରେ ବାପ-ପୁଅ ଗୁରୁତର ଆହତ

ଜୟପୁର : କୋରାପୁଟ ଜିଲ୍ଲାର ଜୟପୁର ନିକଟସ୍ଥ ରାଜନଗର ଛକରେ ଗୁଳି ମାଡ ଘଟଣା ନଜରକୁ ଆସିଛି ।

ସୂଚନା ଅନୁଯାୟୀ ଜୟପୁର ଅନ୍ତର୍ଗତ ରାଜନଗର ଛକରେ କେହି ଦୁବୃର୍ତ୍ତ ଅଚାନକ ଜଣେ ବାପ-ପୁଅଙ୍କ ଉପରକୁ ଗୁଳିମାଡ କରିଥିଲା ।

ଅନ୍ୟପକ୍ଷରେ ଆହତ ଦୁଇ ଜଣ ନରେନ୍ଦ୍ର ନାଥ ନାୟକ ଓ ତାଙ୍କ ପୁଅ ସନ୍ତୋଷ ନାୟକ ବୋଲି ଜଣାପଡିଛି ।

ତେବେ ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ପରବର୍ତ୍ତି ସମୟରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନାରୁ ପ୍ରକାଶ ଯେ ନରେନ୍ଦ୍ର ନାଥ ଓ ତାଙ୍କ ପୁଅଙ୍କୁ ୮ ଜଣ ଦୁବୃର୍ତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ଏବଂ ସେମାନଙ୍କ ଉପରକୁ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହା ଏକ ରାଜନୈତିକ ହିଂସାକାଣ୍ଡ ବୋଲି ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରୁଛନ୍ତି । ପୋଲିସ ତୁରନ୍ତ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଘଟଣାସ୍ଥଳରୁ ଦୁଇଟି କ୍ୟାଟ୍ରିଜ୍ ଜବତ କରିଛି ।

Leave A Reply

Your email address will not be published.