Latest Odisha News

BREAKING NEWS

କଟକ ଏସସିବିରେ ହେବ ସ୍ବତନ୍ତ୍ର ‘ଫିଭର କ୍ଲିନିକ୍’

କଟକ: କୋଭିଡ-୧୯ର ବିସ୍ତାରକୁ ରୋକିବା ତଥା ଇନ୍‌ଫ୍ଲୁଏଞ୍ଜା ପରି ରୋଗର ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଏକ ସ୍ବତନ୍ତ୍ର ଫିଭର କ୍ଲିନିକ୍ ପ୍ରତିଷ୍ଠା କରାଯିବ।

ଏକ ସମୀକ୍ଷା ବୈଠକରେ ରାଜସ୍ୱ ବିଭାଗୀୟ କମିଶନର (ଆରଡିସି) ଅନିଲ କୁମାର ସାମଲ ଏନେଇ ଏସସିବି ଅଧୀକ୍ଷକ ଡ. ଆନନ୍ଦ ପ୍ରସାଦ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କରୋନାଭାଇରସ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ତିନି ଦିନ ମଧ୍ୟରେ ଜ୍ୱର କ୍ଲିନିକକୁ କାର‌୍ୟ୍ୟକ୍ଷମ କରିବାକୁ କୁହାଯାଇଛି।

ଏହା ବ୍ୟତୀତ ଶ୍ରୀ ସାମଲ ଡାକ୍ତରଖାନାରେ କୋଭିଡ-୧୯ ପରୀକ୍ଷା ହେଉଥିବା ଲାବୋରେଟୋରୀକୁ ପୃଥକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଉକ୍ତଥିଲେ ବିଲଡିଂରେ ଜନସାଧାରଣଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯିବ।

ଅପରପକ୍ଷରେ ଜ୍ୱର କିମ୍ବା ଫ୍ଲୁ ଜନିତ ରୋଗର ଚିକିତ୍ସା କରିବା ପାଇଁ ରାଜ୍ୟ ସରକାର ଭୁବନେଶ୍ୱରର ୧୬ଟି ଘରୋଇ ଡାକ୍ତରଖାନାକୁ ‘ଫିଭର କ୍ଲିନିକ୍’ ଭାବେ ଘୋଷଣା କରିଛନ୍ତି।

ସେହିପରି ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ, ରାଉରକେଲାର ଆର.ଜି.ଏଚ୍ ଏବଂ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଫିଭର କ୍ଲିନିକ୍ ମଧ୍ୟ ପ୍ରତିଷ୍ଠା କରାଯାଇଛି।

Comments are closed.