Latest Odisha News

BREAKING NEWS

ସମ୍ ହସ୍ପିଟାଲରେ ବିରଳ ଚିକିତ୍ସା: ୭ମାସ ଶିଶୁର ଶ୍ୱାସନଳୀରୁ ବାଦାମ କାଢି ଜୀବନ ବଞ୍ଚାଇଲେ ଡ଼ାକ୍ତର

ଭୁବନେଶ୍ୱର: ସମ୍ ହସ୍ପିଟାଲରେ ଏକ ୭ ମାସର ଶିଶୁର ଶ୍ୱାସନଳୀରେ ଚିକିତ୍ସା କରି ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ଡ଼ାକ୍ତର । ଶ୍ୱାସନଳୀରେ ସଫଳ ଚିକିତ୍ସା କରି ସଫଳ ହୋଇଥିବାରୁ ଏହି ୭ ମାସର ଶିଶୁଟିର ଜୀବନ ବଞ୍ଚି ଯାଇପାରିଛି ।

ଉନ୍ନତମାନ ଚିକିତ୍ସାପ୍ରଣାଳୀ ପ୍ରୟୋଗ କରି ଗୋଟିଏ ୭ ମାସର ଶିଶୁର ଜୀବନ ରକ୍ଷା କରିପାରିଛନ୍ତି ସୋଆ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅଧିନସ୍ଥ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍ର ଡାକ୍ତର । ଶିଶୁର ଶ୍ୱାସନଳୀରେ ବ୍ରୋଙ୍କୋସ୍କୋପି ମାଧ୍ୟମରେ ଚିକିତ୍ସା ପ୍ରୟୋଗ କରି ଅଟକିଥିବା ବାଦାମକୁ କାଢ଼ିବାରେ ସଫଳ ହୋଇଛନ୍ତି ସମର ଡାକ୍ତର ।

ସୂତ୍ରରୁ ଜଣାପଡ଼ିଛି, ବୋ÷ଦ୍ଧ ଅଞ୍ଚଳର ୭ ମାସର ଶିଶୁ ଆୟୁଷ ରାଉତ ଗୋଟିଏ ବାଦାମ ମଞ୍ଜି ଗିଳିଦେବା ଫଳରେ ଏହା ତା’ର ଶ୍ୱାସନଳୀରେ ଅଟକିଯାଇଥିଲା ।

ଫଳରେ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲା ବୋଲି ସମ୍ ହସ୍ପିଟାଲର କର୍ଣ୍ଣ, ନାସା ଓ ଗଳା ବିଭାଗର ମୁଖ୍ୟ ଡ଼ାକ୍ତର ସନ୍ତୋଷ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।

ବ୍ରୋଙ୍କୋସ୍କୋପି (ଏକ ନନ୍ – ଇନଭାସିଭ୍ ଜୀବନ ରକ୍ଷକ ପ୍ରକ୍ରିୟା) ପ୍ରୟୋଗ କରି ଆୟୁଷର ଶ୍ୱାସନଳୀରୁ ବାଦାମ ମଞ୍ଜି କାଢ଼ିବାରେ ସଫଳ ହୋଇଥିଲେ ଡାକ୍ତର ସ୍ୱାଇଁ ଓ ତାଙ୍କ ଦଳ ।

ବର୍ତ୍ତମାନ ଶିଶୁଟି ଧୀରେ ଧୀରେ ସୁସ୍ଥ ହେଉଥିବା ସେ କହିଛନ୍ତି । ଏହି ଅସ୍ତ୍ରୋପଚାର ପ୍ରାୟ ଏକ ଧରି ଚାଲିଥିଲା ।

ଶିଶୁର ଶ୍ୱାସନଳୀରେ ବାଦାମ ଅଟକିଯିବା ପରେ ଶିଶୁଟିକୁ ଧରି ତା’ର ପରିବାର ବର୍ଗ ପ୍ରଥମେ ବୋ÷ଦ୍ଧ ହସ୍ପିଟାଲ୍ ଏବଂ ପରବର୍ତ୍ତୀ ସମୟରେ ଅନେକ ବଡ଼ ବଡ଼ ହସ୍ପିଟାଲର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ ।

ତେବେ କେଉଁଠାରେ ମଧ୍ୟ ଶିଶୁର ଚିକିତ୍ସା କରାଯାଇ ପାରିନଥିଲା । ଡାକ୍ତର ସ୍ୱାଇଁ, ଡାକ୍ତର ଏସ୍. ପାଣି ଏବଂ ଆନାଏସ୍ଥେଟିଷ୍ଟ ଡାକ୍ତର ରୋହନ ନାୟକ ମିଳିତ ଭାବେ ଏହି ଚିକିତ୍ସା କରିଥିଲେ ।

Leave A Reply

Your email address will not be published.