Latest Odisha News

BREAKING NEWS

“ଆଦିବାସୀଙ୍କୁ ଶୋଷଣ ଲାଗି ଗୁରୁପ୍ରୀୟା ସେତୁ ନିର୍ମିତ”- ଗଣମାଧ୍ୟମକୁ ମାଓବାଦୀଙ୍କ ଚିଠି

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଜନବାଇ ନଦୀ ଉପରେ ନିର୍ମିତ ଗୁରୁପ୍ରିୟା ସେତୁକୁ ନେଇ ମାଓବାଦୀ ମାନେ ପୁଣି ଥରେ ବିରୋଧ କରିଛନ୍ତି ।

 

ଗଣମାଧ୍ୟମକୁ ଏକ ପତ୍ର ଦ୍ୱାରା ମାଓବାଦୀମାନେ ଜଣାଇଛନ୍ତି “ ମାଲକାନଗିରି କୋରାପୁଟ ବିଶାଖା ଡିଭିଜନର ସିପିଆଇ ମାଓବାଦୀମାନେ ଗରୁପ୍ରିୟା ସେତୁ ନିର୍ମାଣକୁ ବିରୋଧ କରିଛନ୍ତି । ଅନ୍ୟପକ୍ଷରେ ଆଦିବାସୀମାନଙ୍କୁ ଶୋଷଣ କରିବାକୁ ଏହି ସେତୁ ନିର୍ମାଣ କରାଯାଇଛି । ଏହି ଗୁରୁପ୍ରିୟା ସେତୁ ନିର୍ମାଣରେ ଆଦିବାସୀଙ୍କ ବିକାଶ ନୁହେଁ ବରଂ ବିନାଶ କରିବ । ଏହି ସେତୁ ମାଧ୍ୟମରେ ଆଦିବାସୀମାନଙ୍କର ଜଙ୍ଗଲ ଓ ପ୍ରାକୃତିକ ଦ୍ରବ୍ୟ ଲୁଟ ହେବାର ସମ୍ଭାବନା ରହିଛି” ।

ଅନ୍ୟପକ୍ଷରେ ଏହି ଚିଠି ମାଧ୍ୟମରେ ମାଓବାଦୀମାନେ ମଧ୍ୟ ଅଭିଯୋଗ କରିଛନ୍ତି ଏହି ଅଞ୍ଚଳରେ ରାଜ୍ୟ ସରକାର ଗୁରୁପ୍ରୀୟା ସେତୁ ନିର୍ମାଣ କରିଥିଲେ ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଦ୍ୟୁତ ସେବା ପ୍ରତି ଯତ୍ନ ନେଉନାହାନ୍ତି । ବରଂ ସରକାର ଏଠାରେ ୧୫ଶହ ରୁ ୨ହଜାର ପୋଲିସ ମୁତୟନ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଏତାଦୃଶ୍ୟ କାର୍ଯ୍ୟ ସୂଚାଉଛି ଆଦିବାସୀ ମାନଙ୍କ ପ୍ରତି ନୁହେଁ ବରଂ ପୋଲିସ ମାନଙ୍କ ପ୍ରତି ଅଧିକ ସଚେତନ ।

ମାଓବାଦୀ ମାନେ ସେମାନଙ୍କ ପତ୍ରରେ ଆହୁରି ଲେଖିଛନ୍ତି ବାଲିମେଳା ଡ୍ୟାମ ଅଧିକ ବିଦ୍ୟୁତ ଉତ୍ପାଦନ ଲାଗି ତିଆରି ହୋଇଥିଲେ ମଧ୍ୟ ଜଳଭଣ୍ଡାରରେ ଅଧିକ ଜଳ ସଞ୍ଚିତ ରହୁଛି । ଫଳରେ ଏହି ଜଳ ନିକଟ ପଞ୍ଚାୟତ ଗୁଡିକର ଫସଲ ନଷ୍ଟ କରୁଛି । ଏହି କ୍ଷତିଗ୍ରସ୍ତ ଫସଲର କ୍ଷତିପୂରଣ ସରକାର ଆଦିବାସୀ ମାନଙ୍କୁ ଦେବା ଆବଶ୍ୟକ ବୋଲି ମାଓବାଦୀ ମାନେ ସେମାନଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.