Latest Odisha News

ବାଲେଶ୍ଵରର ଏହିସବୁ ୱାର୍ଡ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ବାଲେଶ୍ଵର: ବାଲେଶ୍ଵର ସହରରେ ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତି କୋଭିଡ-୧୯ ଦ୍ବାରା ସଂକ୍ରମିତ ହେବାର ଗୋଟିଏ ଦିନ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଦିନ ତିନୋଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।

ଏହି ଅଞ୍ଚଳଗୁଡିକୁ ଆସନ୍ତା ସାତ ଦିନ ପାଇଁ ସିଲ୍ କରାଯାଇଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ଖୋଜା ଚାଲିଛି।

ଏନେଇ ଉପ ଜିଲ୍ଲାପାଳ ନିଲୁ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତିଛନ୍ତି, “ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଯିବା ସହ ପ୍ରଶାସନ ପକ୍ଷରୁ ଏହି ୱାର୍ଡରେ ଥିବା ଲୋକମାନଙ୍କୁ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯିବ।

ଆହୁରି ମଧ୍ୟ ସେ କହିଛନ୍ତି ଯେ ଏହି ଅଞ୍ଚଳର ପ୍ରାୟ ୪୦୦ ପରିବାରର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।

ଏହାପୂର୍ବରୁ ସକାଳେ ଅଗ୍ନିଶମ କର୍ମଚାରୀମାନେ ଉକ୍ତ ଅଞ୍ଚଳକୁ ବିଶୋଧନ କରିଥିଲେ।

Leave A Reply

Your email address will not be published.