Latest Odisha News

BREAKING NEWS

ଦିଲ୍ଲୀ: ଗୋଟିଏ ପରିବାରର ୩୧ ଜଣ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ମାରାତ୍ମକ ରୂପ ନେଉଛି ମହାମାରୀ କରୋନା ଭୂତାଣୁ । ଏହାର ଭୟାବହତାକୁ ଅନୁଭବ କରି ସରକାର ଆଗାମୀ ମେ ମାସ ୩ ତାରିଖ ଯାଏଁ ସାରା ଭାରତକୁ ଲକଡାଉନ ଘୋଷଣା କରାଯାଇଛି । ଏହା ସତ୍ତ୍ୱେ ମଧ୍ୟ ଭାରତରେ ଧୀରେ ଧୀରେ ଏହାର ସଂଖ୍ୟା ବଢିବାରେ ଲାଗିଛି।

ଦେଶରେ ଏପର୍ଯ୍ୟନ୍ତ ୧୫ ହଜାର ୭୧୨ ଜଣ କରୋନା ଭାଇରସର ଶିକାର ହୋଇଥିବା ବେଳେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୨୦୦ ଜଣ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଏପର୍ଯ୍ୟନ୍ତ ସର୍ବାଧିକ ଅଟେ । କରୋନା ପ୍ରଭାବରେ ଦେଶର ମୃତ୍ୟୁ ସଂଖ୍ୟା ୫୦୭ରେ ପହଞ୍ଚିଛି ।

ତେବେ ଏହା ମଧ୍ୟରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀର ଗୋଟିଏ ପରିବାର ୩୧ ଜଣ ବ୍ୟକ୍ତି ଏହି ମାରାତ୍ମକ ଭାଇରସ ପ୍ରଭାବରେ ଆସିଥିବା ରରିପୋର୍ଟ ହୋଇଛି ।

ଦିଲ୍ଲୀର ଜାହାଙ୍ଗୀରପୁରୀରେ ଗୋଟିଏ ପରିବାରର ୩୧ ଜଣ ଲୋକଙ୍କୁ କରୋନା ସଂକ୍ରମଣ ହୋଇଛି । ପରିବାରର ୩୧ ଜଣଙ୍କ ନମୁନା ରିପୋର୍ଟ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଲୋକଙ୍କ ମନରେ କୋକୁଆ ଭୟ ଖେଳି ଯାଇଛି ।

ତେବେ ଏହି ସମସ୍ତ ସଂକ୍ରମିତ ବ୍ୟକ୍ତି ମାନେ କୋଭିଡ୧୯ ସଂକ୍ରମଣରେ ପ୍ରାଣ ହରାଇଥିବା ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି କୁହାଯାଉଛି ।

ସ୍ଥାନୀୟ ପ୍ରଶାସନ ଦ୍ୱାରା ଉକ୍ତ ଅଞ୍ଚଳକୁ ସିଲ କରାଯାଇଥିବା ସୂଚନା ମିଳିଛି ।।

Comments are closed.