ରାୟପୁର: ଆଜିକାଲି ମିଛ ନାଁରେ ବିଶେଷ କରି ମହିଳାଙ୍କ ନାଁ ଓ ଫୋଟୋ ଥିବା ନକଲି ବା ଫେକ୍ ଫେସ୍ବୁକ୍ ଆଇଡି ଖୋଲି ସାଧାରଣ ଲେକାଙ୍କୁ ବଭ୍ରାନ୍ତ କରିବା ଏକପ୍ରକାର ଟ୍ରେଣ୍ଡ୍ ରେ ପରିଣତ ହୋଇଛି ।
ଓଡିଆ ଆଲ୍ବମ୍ ଗୀତରେ ଫେସବୁକ୍ର ଆଞ୍ଜେଲ୍ ପ୍ରିୟା ଶୁକୁଟି ସାହୁ ହେବା ଭଳି ସୋସିଆଲ୍ ମିଡିଆରେ ନିଶା ଜିନ୍ଦଲ ନାଁରେ ନକଲି ଫେସ୍ବୁକ ଆକାଉଣ୍ଟ ଖୋଲି ବିବାଦୀୟ ପୋଷ୍ଟ କରୁଥିବା ଜଣେ ଯୁବକ ରାୟପୁର ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ।
ବିବାଦୀୟ ଫେସ୍ବୁକ୍ ପୋଷ୍ଟ ପରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ଫେସ୍ବୁକ୍ ପ୍ରୋଫାଇଲ୍ରେ ଜଣେ ଝିଅର ଫଟୋଥିବା ଏହି ନିଶା ଜିନ୍ଦଲ ଆକାଉଣ୍ଟର ଆଇପି ଆଡ୍ରେସ୍ ଖୋଳତାଡ ପରେ ବାସ୍ତବରେ ଜଣେ ଯୁବକ ଏହି ଆକାଉଣ୍ଟ ପରିଚଳନା କରୁଥିବା ଜଣାପଡିଥିଲା । ଗିରଫ ହେବା ପରେ ପୋଲିସ୍ ନିର୍ଦ୍ଦେଶରେ ଏହି ଯୁବକ ରବି ନିଜର ଅସଲି ଫଟୋ ସହିତ ସେ ହିଁ ନିଶା ଜିନ୍ଦଲ୍ ବୋଲି ଫେସ୍ବୁକ୍ ରେ ଲେଖିଥିବା ଜଣାପଡିଛି ।
निशा के बदले निशाचर ?
This is what Raipur Police found when they reached to arrest Nisha Jindal for posting communally inflammatory comments on social media.
Two minutes silence for the 10,000 heartbroken followers also. Many used to have private chat with her/him ? pic.twitter.com/Wv6q4Zeix9
— Arun Bothra (@arunbothra) April 19, 2020
ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଗିରଫ ଯୁବକର ପ୍ରକୃତ ନାଁ ରବି ପୂଜାର ବୋଲି ଜଣାପଡିଛି । ସେ ଜଣେ ଇଂଜିନିଅରିଂ ଛାତ୍ର ଏବଂ ଗତ ୧୧ ବର୍ଷ ହେଲା ସେ ନିଜର ଇଂଜିନିଅରିଂ ପାଠ୍ୟକ୍ରମ ଶେଷ କରିପାରିନାହାନ୍ତି ।
ତେବେ ଜଣେ ଝିଅର ଫଟୋ ସହିତ ନିଶା ଜିନ୍ଦଲ ନାଁରେ କରିଥିବା ତାଙ୍କ ନକଲି ଫେସବୁକ ପେଜରେ ପ୍ରାୟ ୧୦ ହଜାର ଅଧିକ ଫଲୋଅର ଥିଲେ । ସତ ଜଣାପଡିବା ପରେ ସୋସିଆଲ ମିଡିଆରେ ଏହି ଖବର ଓ ଏହାକୁ ନେଇ ବିଭିନ୍ନ ବ୍ୟଙ୍ଗାତ୍ମକ ପୋଷ୍ଟ୍ ଏବେ ବେଶ୍ ଭାଇରାଲ୍ ହୋଇଛି ।
Comments are closed.