Latest Odisha News

BREAKING NEWS

ଶ୍ରୀକ୍ଷେତ୍ରରେ ପୁରୀ ଭିଜନ ପକ୍ଷରୁ ମାସ୍କ ବଂଟନ

ପୁରୀ:କରୋନା ସଂକ୍ରମଣକୁ ରୋକିବା ପାଇଁ ପୁରୀରେ ବିଭିନ୍ନ ସ୍ଥାନରେ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହି ଅବସରରେ ପୁରୀ ଭିଜନ ପକ୍ଷରୁ ସମାଜସେବୀ ତଥା ଇଂଜିନିୟର ସୂର୍ଯ୍ୟପ୍ରସାଦ ରଥଙ୍କ ତତ୍ୱାବଧନରେ ମାସ୍କ ବଂଟନ କରାଯାଇଥିଲା । ଏହା ତିଆଡି ସାହି, ଶ୍ୟାମାକାଳୀ ଲେନ୍‌, ବାରାହୀ ଲେନ୍ ଅଂଚଳରେ ବଂଟା ଯାଇଥିଲା ।

ଏହା ପୂର୍ବରୁ ଗତ ସପ୍ତାହରେ ମଧ୍ୟ ଏ ଭଳି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା । ମାସ୍କ ବଂଟନରେ ଜ୍ୟୋତିପ୍ରସାଦ ଶତପଥୀ, ଗୁଡୁବେଜ, ଧଡୁ ମହାପାତ୍ର, ବିଶ୍ୱପ୍ରୀତ ମିଶ୍ର, ପ୍ରଦୀପ ମିଶ୍ର, ସୋମନାଥ ମିଶ୍ର ଓ ବିଶ୍ୱମିତ୍ ମିଶ୍ର ସହଯୋଗ କରିଥିଲେ ।

Leave A Reply

Your email address will not be published.