Latest Odisha News

କର୍ତ୍ତବ୍ୟକୁ ପ୍ରାଥମିକତା: କରୋନା ଡ୍ୟୁଟି ପାଇଁ ବିବାହ ସ୍ଥଗିତ ରଖିଲେ ୨ ମହିଳା ପୋଲିସ

ଭୁବନେଶ୍ୱର: କର୍ମ ହିଁ ଭଗବାନ । କର୍ତ୍ତବ୍ୟ ଆଗରେ ସବୁ ତୁଚ୍ଛ । ଏହି ଲୋକ କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଓଡିଶା ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟରତ ଦୁଇ ମହିଳା କନଷ୍ଟେବଳ।

ଏହି ଦୁଇ ମହିଳା କନଷ୍ଟେବଳ କରୋନା ପାଇଁ ଡ୍ୟୁଟିରେ କାର୍ଯ୍ୟରତ ଅଛନ୍ତି। ରାଜ୍ୟକୁ ଏଭଳି ସଙ୍କଟ ସମୟରେ ସୁରକ୍ଷା ଯୋଗାଉଥିବା ଏହି ଦୁଇ ମହିଳା ନିଜ ଡ୍ୟୁଟି ପାଇଁ ସେମାନଙ୍କ ବାହାଘରକୁ ସ୍ଥଗିତ ରଖିଥିବା ଓଡିଶା ଡିଜିପି ଅଭୟ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ଡିଜିପି ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ସେ ଲକଡାଉନ ସ୍ଥିତି ସମୀକ୍ଷା ପାଇଁ ସୁନ୍ଦରଗଡ ଗସ୍ତରେ ଯାଇଥିବା ବେଳେ ଏମାନଙ୍କ ବିଷୟରେ ଜାଣିବାକୁ ପାଇଥିଲେ।

ଏହି ଦୁଇ ମହିଳା ହେଉଛନ୍ତି ହୋମ ଗାର୍ଡ ତିଳୋତମା ମେହେର ଓ କନଷ୍ଟେବଳ ସୁନୀତା ଆଦା। ତିଳୋତମାଙ୍କ ବିବାହ ଏପ୍ରିଲ ୧୨ ରେ ହେବାକୁ ଥିବା ବେଳେ ସୁନୀତା ଆଦାଙ୍କ ବିବାହ ଏପ୍ରିଲ ୨୫ ରେ ହେବାକୁ ଥିଲା । ନିଜ କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ ଏହି ସମୟରେ ଲୋକଙ୍କ ସୁରକ୍ଷା ପାଇଁ ନିଜ ନିଜ ବାହାଘରକୁ ସ୍ଥଗିତ ରଖିଛନ୍ତି ଏହିଦୁଇ କର୍ତ୍ତବ୍ୟନିଷ୍ଠା ମହିଳା ପୋଲିସ ।

Comments are closed.