ନୂଆଦିଲ୍ଲୀ: ଚାଇନାର ଟେକ୍ କମ୍ପାନୀ ୱାନପ୍ଲସ ଦ୍ୱାରା ଲାଟେଷ୍ଟ ୱାନପ୍ଲସ ୮ ସିରିଜ ଲଞ୍ଚ କରି ଦିଆଯାଇ ସାଇଛି ।ଏହି କ୍ରମରେ ଦୁଇଟି ସ୍ମାର୍ଟଫୋନ୍ ୱାନପ୍ଲସ 8 ଏବଂ 8 ପ୍ରୋ ସାମିଲ ରହିଛି ।
ଭାରତରେ ନୂତନ ଫ୍ଲାଗସିପ୍ ଲଞ୍ଚ କରିବା ମାତ୍ରେ କମ୍ପାନୀ ପୂର୍ବ ୱାନ ପ୍ଲସର 7 T ପ୍ରୋ ର ମୂଲ୍ୟରେ ୬୦୦୦ ଟଙ୍କା ହ୍ରାସ କରିଛି। ଏପର୍ଯ୍ୟନ୍ତ ୫୩,୯୯୯ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବା ଏହି ୱାନ ପ୍ଲସ 7 T ପ୍ରୋ ର ମୂଲ୍ୟ ବର୍ତ୍ତମାନ ୪୭,୯୯୯ ଟଙ୍କା ହୋଇ ଯାଇଛି ।
ଗତ ବର୍ଷ ୱାନପ୍ଲସ ୱେବସାଇଟରେ ଲଞ୍ଚ ହୋଇଥିବା ୱାନପ୍ଲସ 7T ପ୍ରୋ ର ନୂତନ ମୂଲ୍ୟ ବର୍ତ୍ତମାନ ୪୭,୯୯୯ ଟଙ୍କା ହୋଇଯାଇଛି। ତେବେ ଆମାଜନରେ ଏହି ନୂତନ ମୂଲ୍ୟ ଏପର୍ଯ୍ୟନ୍ତ ପ୍ରତିଫଳିତ ହୋଇନାହିଁ ।
ଇ-କମର୍ସ ସାଇଟରେ ତାଲା ପଡିଥିବାରୁ ଭାରତରେ ସ୍ମାର୍ଟଫୋନ୍ ମଧ୍ୟ ବିକ୍ରି ହେଉନାହିଁ । ୱାନପ୍ଲସ 7T ପ୍ରୋ ର ନୂତନ ମୂଲ୍ୟରେ ଆମାଜନରୁ ଲକଡାଉନ୍ ପରେ ଏହି ଡିଭାଇସ୍ କ୍ରୟ କରାଯାଇପାରିବ ବୋଲି ଆଶା କରାଯାଉଛି ।