Latest Odisha News

BREAKING NEWS

କୋଭିଡ୧୯ ପ୍ରସ୍ତୁତି ନୀରିକ୍ଷଣ ପାଇଁ ତିନି ଜିଲ୍ଲା ଗସ୍ତରେ ୫ଟି ସଚିବ

କୋରାପୁଟ: ଦିନିକିଆ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଗସ୍ତରେ ୫ଟି ସଚିବ ଭି. କେ. ପାଣ୍ଡିଆନ । ଆଜି ପ୍ରଥମେ ଜୟପୁରରେ ପହଞ୍ଚି ନୂଆ କରି ପ୍ରସ୍ତୁତ ହୋଇଥିବା କୋଭିଡ ହସ୍ପିଟାଲର ସ୍ଥିତି ପରଖିଥିଲେ । ଏହାପରେ ମାଲକାନଗିରି ଓ ନବରଙ୍ଗପୁରଠାରେ କୋଭିଡ୧୯ ହସ୍ପିଟାଲ ବୁଲି ଦେଖିବେ ।

ପାଣ୍ଡିଆନଙ୍କ ସହ ଉନ୍ନୟନ କମିଶନର ତଥା ଯୋଜନା ଓ ସମନ୍ୱୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି ।

ଖୁବ୍ ଶୀଘ୍ର କୋରାପୁଟରେ କରୋନା ସ୍ୱାବ ନମୁନା ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ଚେନ୍ନାଇରୁ ଏକ ସ୍ୱତନ୍ତ୍ର ଟିମ୍ କୋରାପୁଟ ଆସି ଏହି ବ୍ୟବସ୍ଥା ଆରମ୍ଭ କରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.